Below header

ଅଟୋ ଡ୍ରାଇଭର କ’ଣ ପାଇଁ ସବୁବେଳେ ବଙ୍କା ବସନ୍ତି, ଜାଣିଛନ୍ତି କି ଏହାର ଅସଲ କାରଣ

ଆପଣମାନେ ଅଟୋରିକ୍ସାରେ ନିଶ୍ଚିତ ଯାତ୍ରା କରିଥିବେ। ସାଧାରଣତଃ ସବୁଦିନ ଅଫିସ ଯିବା ଏବଂ କିମ୍ବା ମାର୍କେଟ ଯିବାକୁ ହେଲେ ପ୍ରାୟତଃ ସାଧାରଣବର୍ଗର ଲୋକ ଅଟୋରିକ୍ସା ଉପରେ ନିର୍ଭର କରିଥାନ୍ତି। କିନ୍ତୁ କେବେ କ’ଣ ଆପଣ ନୋଟିସ କରିଛନ୍ତି କି, ସବୁବେଳେ ଅଟୋ ଡ୍ରାଇଭର ଅଧିକାଂଶ ସମୟ ନିଜ ସିଟରେ ବଙ୍କା ଭାବେ ବସିଥାନ୍ତି। ଯଦି ଆପଣ ଜାଣିନାହାନ୍ତି, ତେବେ ଆଜି ଆପଣଙ୍କୁ ଆମେ ଏହାର ପଛରେ ଥିବା ରହସ୍ୟ ଜଣାଇବୁ।

ଏହାସହ ପଢ଼ନ୍ତୁ : ମହିଳାଙ୍କ ସହିତ ବିଶ୍ୱାସଘାତକତା କଲା ଶୁକ୍ରାଣୁ, ଏହାର କାରଣ ଆପଣଙ୍କୁ କରିଦେବ ଆଶ୍ଚର୍ଯ୍ୟ

ଯେତେବେଳେ ଅଟୋରିକ୍ସା ଡ୍ରାଇଭର ଅଟୋ ଚଲାଇବା ଶିଖିଥାନ୍ତି, ସେତେବେଳେ ଜଣେ ଡ୍ରାଇଭର ତାଙ୍କ କଡରେ ବସି ତାଙ୍କୁ ଗାଡି ଚଳାଇବା ଶିଖାଇଥାନ୍ତି। ପ୍ରଥମରୁ ତାଙ୍କୁ ଏପରି ବସିବାକୁ ପଡିଥାଏ, ଯାହା ପର ମୁହୂର୍ତ୍ତରେ ଅଭ୍ୟାସରେ ପରିଣତ ହୋଇଥାଏ।

auto

ଏହାଛଡା ଏହି ଷ୍ଟାଇଲ ସେହି ସମୟରେ କାମରେ ଆସିଥାଏ, ଯେତେବେଳେ ଅଧିକ ଯାତ୍ରୀ ମିଳିଯାନ୍ତି। ଦୁଇରୁ ତିନି ଜଣ ଲୋକଙ୍କୁ ଆଗରେ ବସାଇବା ଦ୍ୱାରା ଅଧିକ ରୋଜଗାର ମଧ୍ୟ ହୋଇଯାଏ। ଏହାବ୍ୟତୀତ ଆଉ ଏକ କାରଣ ରହିଛି। ଅଟୋର ସିଟ୍‌ ତଳେ ଇଞ୍ଜିନ ରହିଥାଏ। ଯାହା ଅଟୋ ଲଗାତାର ଚାଲିବା ଯୋଗୁଁ ଗରମ ହୋଇଯାଏ, ଯେଉଁଥିରୁ ବଞ୍ଚିବା ପାଇଁ ଡ୍ରାଇଭର ସିଟ୍‌ରେ ଏପରି ବସିଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.