‘ଦୋସ୍ତାନା ୨’ ର ସୁଟିଂ ପୂର୍ବରୁ ସ୍ୱର୍ଣ୍ଣ ମନ୍ଦିରରେ ପହଞ୍ଚିଲେ ଜାହ୍ନବୀ କପୁର

ବଲିଉଡର ସବୁଠାରୁ ବିଜ୍ ଆକ୍ଟ୍ରେସ୍ ମାନଙ୍କ ମଧ୍ୟରେ ଜାହ୍ନବୀ କପୁର ମଧ୍ୟ ଖୁବ୍ ବ୍ୟସ୍ତ ରହିଥାନ୍ତି। କିଛି ଦିନ ହେବ ସେ ‘କାରଗିଲ୍ ଗର୍ଲ’ ଏବଂ ‘ରୁହିଅଫ୍ଜା’ ର ସୁଟିଂ କରିଛନ୍ତି। ବର୍ତ୍ତମାନ କିନ୍ତୁ ଜାହ୍ନବୀ ଅମୃତସରରେ ରହିଛନ୍ତି, ଯେଉଁଠାରେ ସେ ତାଙ୍କର ପରବର୍ତ୍ତି ଫିଲ୍ମ ‘ଦୋସ୍ତାନା ୨’ ର ସୁଟିଂ କରିଛନ୍ତି। ରିପୋର୍ଟ ଅନୁଯାୟୀ ଜାହ୍ନବୀ ସୁଟିଂ ପୂର୍ବରୁ ସ୍ୱର୍ଣ୍ଣ ମନ୍ଦିର ଯିବା ିସହ ପଞ୍ଜାବୀ ଲସିର ମଧ୍ୟ ମଜା ଉଠାଇଛନ୍ତି। ଜାହ୍ନବୀଙ୍କର ଖାଇବାର ଖୁବ୍ ସୌକ୍ ରହିଛି। ସେଥିପାଇଁ ସେ ଅମୃତସରରେ ପହଞ୍ଚିବା ପରେ ସ୍ୱର୍ଣ୍ଣ ମନ୍ଦିର ଦର୍ଶନ କରିସାରି ପ୍ରଥମେ ଲସି ଏବଂ ତାପରେ ଡାଲ, ମଖନ୍‌, ସୋରିଷ ଶାଗ ଖାଇଥିଲେ।

janhavi-kapoor

ଏହାସହ ପଢନ୍ତୁ: ଜାଣନ୍ତୁ କାହିଁକି ନିଜ ଝିଅକୁ ସାଙ୍ଗରେ ଧରି ଝୁମ୍ପୁଡି ଘରକୁ ଗଲେ ଖିଲାଡୀ ଷ୍ଟାର ଅକ୍ଷୟ କୁମାର

ଏହି ଫଟୋକୁ ଦେଖିଲେ ନିଶ୍ଚିନ୍ତ ଜଣା ପଡୁଛି କି ଜାହ୍ନବୀ ନୂଆ ଫିଲ୍ମ ଠାରୁ ପଞ୍ଜାବୀ ଖାଦ୍ୟ ଖାଇବାରେ ବେଶୀ ଏକ୍ସାଇଟମେଣ୍ଟ ଦେଖାଯାଉଛନ୍ତି। ଫିଲ୍ମ ‘ରୁହିଅଫ୍ଜା’ରେ ଜାହ୍ନବୀ ରାଜକୁମାର ରାଓଙ୍କ ସହ ନଜର ଆସିବା ସହ ଫିଲ୍ମ ‘ଦୋସ୍ତାନା ୨’ରେ ଜାହ୍ନବୀ କାର୍ତ୍ତିକ ଆର‌୍ୟନଙ୍କ ସହ ନଜର ଆସିବେ। ଏହାବ୍ୟତୀତ ତାଙ୍କ ପାଖରେ କରଣ ଜୋହରଙ୍କର ‘ତଖ୍‌ତ’ ର ଅଫର୍ ରହିଛି, ଯେଉଁଥିରେ କରୀନା କପୁର ଖାନ୍‌, ରଣବୀର ସିଂହ, ଆଲିଆ ଭଟ୍ଟ, ଅନିଲ କପୁର, ବିକୀ କୌଶଲ ଏବଂ ଭୂମି ପେଡନେକରଙ୍କ ଭଳି ଷ୍ଟାର୍ସମାନେ ନଜର ଆସିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.