ରେଳ ଧାରଣା ଉପରୁ ଟେକି ନେଉଛନ୍ତି ଯମରାଜା, ଜାଣନ୍ତୁ କ’ଣ ରହିଛି ଘଟଣା ପଛର ସତ୍ୟତା

ରେଳ ଧାରଣା ଉପରେ ଚାଲି ଚାଲି ଯିବା କୌଣସି ବିପଦ ଠାରୁ କମ୍ ନୁହେଁ । ବିଭିନ୍ନ ଚେତାବନୀ ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପରେ ମଧ୍ୟ କିଛି ଲୋକେ ଏପରି ବିପଦପୂର୍ଣ୍ଣ କାର୍ଯ୍ୟ କରିଚାଲିଛନ୍ତି । ଏହାକୁ ରୋକିବା ପାଇଁ ମୁମ୍ବାଇର ପଶ୍ଚିମ ରେଲୱେ, ଆରପିଏଫ୍ ସହିତ ମିଶି ଏକ ଯମରାଜଙ୍କୁ ଆଣିଛନ୍ତି । ଯିଏ ଷ୍ଟେସନ୍ ରେ ରେଳ ଧାରଣା ଉପରେ ଚାଲିକି ଯାଉଥିବା ଲୋକଙ୍କୁ ସବକ୍ ଶିଖାଉଛନ୍ତି । ଯମରାଜଙ୍କ ବେଶ ଧାରଣ କରି ଭିନ୍ନ ଏକ ପ୍ରୟାସରେ ଲୋକଙ୍କୁ ସଚେତନ କରାଯାଉଛି ।

ରେଳ ମନ୍ତ୍ରାଳୟ ନିଜର ଅଧିକାରୀ ଟ୍ବିଟ୍ ହ୍ୟାଣ୍ଡେଲରେ ଏହି ଅଭିଯାନର ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ଯମରାଜ ରେଳ ଧାରଣା ପାର ହେଉଥିବା ଲୋକଙ୍କୁ ସେଠାରୁ କାନ୍ଧରେ ଉଠାଇ ଆଣୁଛନ୍ତି । ଏହା ସହିତ ଆରପିଏଫ ଯବାନ ମଧ୍ୟ ଏହି ଅଭିଯାନରେ ସାମିଲ୍ ହୋଇଛନ୍ତି । ପଶ୍ଚିମ ରେଲୱେ ମୁତାବକ ଯମରାଜ ବେଶ ମାଧ୍ୟମରେ ଲୋକଙ୍କୁ ଜାଗୃତ କରାଯାଉଛି ।

ଏହାସହ ପଢନ୍ତୁ:

ନିଜ କାର ପଛପଟେ କୁକୁରକୁ ବାନ୍ଧି ଏପରି ଘେଷାଡି ଘୋଷାଡି ନେଲେ ବ୍ୟକ୍ତି, ଯାହାର ଭିଡିଓ ଦେଖିଲେ ଥରି ଉଠିବ ଛାତି

ନିଜର ଟ୍ବିଟରରେ ରେଲୱେ ମନ୍ତ୍ରାଳୟ ଲେଖିଛନ୍ତି କି, ଅନାଧିକୃତ ରୂପରେ ରେଳ ଧାରଣା ପାର୍ କରନ୍ତୁ ନାହିଁ, ଏହା ଜୀବନ ପ୍ରତି ବିପଦ ସାବ୍ୟସ୍ତ ହୋଇପାରେ । ଯଦି ଆପଣ ଅନାଧିକୃତ ଭାବେ ରେଳ ଧରଣା ପାରି ହେଉଛନ୍ତି ତେବେ ସମ୍ନାରେ ଯମରାଜ ଛିଡା ହୋଇଛନ୍ତି । ମମ୍ବାଇର ପଶ୍ଚିମ ରେଲୱେ ଦ୍ବାରା ଆରପିଏଫ୍ ସହିତ ମିଶି ଯମରାଜା ରୂପ ମାଧ୍ୟମରେ ଲୋକଙ୍କୁ ଅବଗତ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.