ଶ୍ରାବଣ ଶନିବାର ଏହିସବୁ ଦେବତାଙ୍କୁ ନିଷ୍ଠାର ସହିତ କରନ୍ତୁ ପୂଜା, ଦୂର ହେବ ସବୁ ସମସ୍ୟା

ଆଜି ଶ୍ରାବଣ ମାସର ଶେଷ ଶନିବାର । ଶ୍ରାବଣ ମାସରେ ସୋମବାର ସହିତ ଶନିବାରର ବିଶେଷ ମହତ୍ତ୍ୱ ରହିଥାଏ। ସ୍କନ୍ଦପୁରାଣ ଅନୁସାରେ ଶ୍ରାବଣ ଶନିବାରରେ ୪ ଦେବତାଙ୍କୁ ପୂଜା କରିବା ଦ୍ୱାରା ସବୁ ସମସ୍ୟା ଏବଂ ଦୁଃଖ ଦୂର ହୋଇଥାଏ।

ନୃସିଂହ ଅବତାର ଭଗବାନ ବିଷ୍ଣୁଙ୍କ ଅବତାର ହୋଇଥାନ୍ତି। ଶ୍ରାବଣ ଶନିବାର ଦିନ ଭଗବାନ ନୃସିଂହଙ୍କ ପୂଜା କରିବା ଦ୍ୱାରା ସବୁ ସମସ୍ୟା ଦୂର ହୋଇଥାଏ। ତେଣୁ ଏହିଦିନରେ ରାଶି ତେଲକୁ ଦେହରେ ମାଲିସ କରି ଗାଧୋଇବା ଶୁଭ ହୋଇଥାଏ। ନୃସିଂହ ଭଗବାନଙ୍କ ପୂଜା ବିରି ଡାଲିରେ ପ୍ରସ୍ତୁତ ଖିଚିଡି ଭୋଗ ଲଗାଇ କରିବା ଦ୍ୱାରା ଭଗବାନ ଜଲଦି ପ୍ରସନ୍ନ ହେବେ।

ହନୁମାନ ଭଗବାନ ଶିବଙ୍କ ରୁଦ୍ର ଅବତାର ଭାବେ ଜଣାଶୁଣା। ଶ୍ରାବଣ ଶନିବାର ଦିନ ପ୍ରଭୁଙ୍କ ଆରାଧନା କରିବା ଦ୍ୱାରା କୁଶକ୍ତି ନାଶ ହୁଏ। ଶତ୍ରୁ ଉପରେ ବିଜୟ ପ୍ରାପ୍ତ ହୋଇଥାଏ। ମାନସିକ ଏବଂ ଶାରୀରିକ ରୂପେ ଶାନ୍ତି ମିଳିଥାଏ। ବନ୍ଦ ପଡିଥିବା କାମ ପୂର୍ଣ୍ଣ ହୁଏ।

ଭଗବାନ ଭୋଳାନାଥଙ୍କୁ ଶନିଦେବଙ୍କ ଗୁରୁ ବୋଲି କୁହାଯାଏ। ଶିବଙ୍କ ବରଦାନ ପାଇ ଶନିଦେବ ନ୍ୟାୟଧୀଶ ଉପାଧି ପାଇଛନ୍ତି। ଶାବଣ ଶନିବାର ଶନି ଦେବଙ୍କ ପୂଜା କରିବା ଦ୍ୱାରା ତାଙ୍କ ପ୍ରକୋପରୁ ରକ୍ଷା ପାଇପାରିବେ।

ଶ୍ରାବଣ ମାସର ପ୍ରତିଦିନ ଭଗବାନ ଭୋଳାନାଥଙ୍କୁ ସମର୍ପିତ। ଶ୍ରାବଣ ମାସ ଶିବଙ୍କର ଅତ୍ୟନ୍ତ ପ୍ରିୟ। ଯେଉଁ ବ୍ୟକ୍ତି ଶ୍ରାବଣରେ ଶିବଙ୍କୁ ଶ୍ରଦ୍ଧାର ସହିତ ପୂଜା କରିଥାଏ, ସେମାନଙ୍କ ଉପରେ ମହାଦେବ ପ୍ରସନ୍ନ ହୋଇ ସବୁ ଦୁଃଖ ଦୂର କରନ୍ତି। ଖୁସିର ଆଗମନ ହୋଇଥାଏ। ଶ୍ରାବଣ ଶନିବାର ଦିନ ଶିଙ୍କ ଜଳାଭିଷେକ କରନ୍ତୁ।

ପୁରାଣ ଅନୁସାରେ ଶ୍ରାବଣ ଶନିବାର ଦିନ ସବୁ ଦେବତାଙ୍କୁ ପୂଜା କରିବା ଦ୍ୱାରା ପୁଣ୍ୟ ଫଳ ମିଳିଥାଏ। ଏହିସବୁ ଦେବତାଙ୍କୁ ପୂଜା କରିବା ପରେ କୌଣସି ଦରକାରୀ ଲୋକଙ୍କୁ ନିଶ୍ଚିତ ଦାନ କରନ୍ତୁ। ମାନ୍ୟତା ଅନୁସାରେ ବୈବାହିକ ଜୀବନରେ ଖୁସି, ଧନ ନ୍ୟାୟ, ଉନ୍ନତି, ସନ୍ତାନ ସୁଖ, ସମୃଦ୍ଧି ମିଳିବା ସହିତ ଶନିଦେବଙ୍କ ଅଶୁଭ ପ୍ରଭାବ କମ୍‌ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.