ଉନ୍ନତି ଓ ଧନ ସମୃଦ୍ଧି ପାଇଁ ପ୍ରୟୋଗ କରନ୍ତୁ ବାସ୍ତୁ ଶାସ୍ତ୍ରର ଏହି ଉପାୟ , ତତ୍‌କ୍ଷଣାତ୍‌ ପାଇବେ ଫଳ

ଯଦି ସବୁ ଉଦ୍ୟମ କରିବା ପରେ ବି ହାତରେ ପଇସା ରହୁନାହିଁ ଓ ଅସୁବିଧା ବଢ଼ି ବଢ଼ି ଚାଲିଛି । ତେବେ ଏହାର ଅର୍ଥ ଆପଣଙ୍କ ଘରର ବାସ୍ତୁ ଠିକ୍‌ ନାହିଁ । କୁହାଯାଏ ଯଦି ଘରେ ବାସ୍ତୁ ଦୋଷ ରହିଥାଏ ତେବେ ଏହି ଘରେ ବିଲକୁଲ ବି ଉନ୍ନତି ହୁଏନାହିଁ । ଆଜି ଆମେ ଆପଣଙ୍କୁ ଏହି ବାସ୍ତୁ ଦୋଷ ଠିକ କରିବାକୁ କିଛି ଉପାୟ କହିବୁ,ଯାହାଦ୍ୱାରା ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ଆଣିଥାଏ । ଜାଣନ୍ତୁ ଏହି ସବୁ ଉପାୟ ।

  ଘରର ମୁଖ୍ୟ ଦ୍ୱାରରେ ସ୍ୱସ୍ତିକ ଚିହ୍ନ ଲଗାନ୍ତୁ । ବାସ୍ତୁ ଅନୁସାରେ ଯଦି ଘରର ମୁଖ୍ୟ ଦ୍ୱାରରେ ସିନ୍ଦୁରରେ ସ୍ୱସ୍ତିକ ଚିହ୍ନ ବନା ଯାଏ, ତେବେ ଘରେ ସବୁବେଳେ ସୁଖ ସମୃଦ୍ଧି ବଢ଼ିଥାଏ । ହେଲେ ଏହି କଥାର ଧ୍ୟାନ ରଖିବେ ଯେ ସ୍ୱସ୍ଥିକର ଲମ୍ବା ୯ ଆଙ୍ଗୁଳି ଓ ପ୍ରସ୍ଥ ୯ ଆଙ୍ଗୁଳି ହେବା ଦରକାର ।

–  ବାସ୍ତୁ ଦୋଷକୁ ଶେଷ କରିବାକୁ ଘରର ମୁଖ୍ୟ ଦ୍ୱାରରେ ଗୋଟିଏ ପଟରେ ତୁଳସୀ ଗଛ ଲଗାନ୍ତୁ ଓ ଅନ୍ୟ ପଟରେ କଦଳୀ ଗଛ ଲଗାନ୍ତୁ । ଏମିତି କରବା ଦ୍ୱାରା ବାସ୍ତୁ ଦୋଷ ଶେଷ ହୋଇଥାଏ । ଫଳରେ ଘରର ଉନ୍ନତି ହେବାରେ ଲାଗିଥାଏ ।

–  ଘରର ଛାତ ଉପରେ ଗୋଲାକାର ଆଇନା ଲଗାନ୍ତୁ । ଧ୍ୟାନ ରଖିବା କଥା ଯେ ଆଇନା ଏପରି ଲଗାନ୍ତୁ ଯେପରି ପୁରା ଘରର ଛବି ସେଥିରେ ଆସିବା ଦରକାର । ଏ ଉପାୟ ତୁରନ୍ତ ବାସ୍ତୁ ଦୋଷ ନଷ୍ଟ କରିଥାଏ । ଏହାଦ୍ୱାରା ପରିବାର ଲୋକଙ୍କ ଉନ୍ନତି ହୋଇଥାଏ ।

  ରୋଷେଇ ଘରର ଅଗ୍ନି କୋଣରେ ଏକ ବଲ୍ଵ ଲଗାନ୍ତୁ । ସକାଳ ଓ ସନ୍ଧ୍ୟାରେ ଏହି ବଲକୁ ଜଳାଇବାକୁ ଭୁଲନ୍ତୁ ନାହିଁ । ଏହା ଦ୍ୱାରା ବାସ୍ତୁ ଦୋଷ ଶେଷ ହୋଇଥାଏ । ଫଳରେ ଘରର ଉନ୍ନତି ହେବାରେ ଲାଗିଥାଏ ।

–  ଶଙ୍ଖ, ସୀପ, ସମୁଦ୍ର ଫେଣ, କଉଡି ଆଦି ଜିନିଷକୁ ଲାଲ କପଡାରେ ବାନ୍ଧି ଘରର ମୁଖ୍ୟ ଦ୍ୱାରରେ ଝୁଲାଇ ଦିଅନ୍ତୁ । ଫଳରେ ଘରକୁ ସକରାତ୍ମକ ଶକ୍ତି ଆସିଥାଏ ।

–  ଘରର ମନ୍ଦିରରେ ଘିଅର ଦୀପ ଜରୁର ଲଗାନ୍ତୁ ଓ ସକାଳେ –ସନ୍ଧ୍ୟାରେ ଶଙ୍ଖ ଧ୍ୱନୀ ଜରୁର କରନ୍ତୁ । ଫଳରେ ଘରେ ସକରାତ୍ମକ ଶକ୍ତି ମିଳିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.