Below header

ମାଟ୍ରିମୋନି ସାଇଟରେ ମିଛ ପ୍ରୋଫାଇଲ କରି ଲୁଟ୍, ସୁନ୍ଦରୀ ଝିଅଙ୍କ ଫଟୋ ଦେଇ ପୁଅଙ୍କୁ ମାରୁଥିଲେ ଚୁନା

ଅଭିନବ ଉପାୟରେ ସାଇବର ଠକେଇ । ମାଟ୍ରିମୋନି ସାଇଟରେ ମିଛ ପ୍ରୋଫାଇଲ କରି ଲୁଟ୍ । ସୁନ୍ଦରୀ ଝିଅଙ୍କ ଫଟୋ ଦେଇ ପୁଅଙ୍କୁ ମାରୁଥିଲେ ଚୁନା । ଏମିତି ଜଣେ ସାଇବର ଅପରାଧୀକୁ ଧରିଛି ପୋଲିସ । ଫେକ୍ ID କରି ମାଟ୍ରିମୋନିଆଲାଲ ସାଇଟ୍ ରେ ଲୁଟୁଥିଲେ ନବମ ପାସ ଠକ। କେତେବେଳେ ବାପା ଅସୁସ୍ଥ କହି ତ କେତେବେଳେ ନିଜର ଗୋଡ ଭାଙ୍ଗି ଛି କହି ଆଣୁଥିଲେ ଟଙ୍କା ।

ଅଭିନବ ଉପାୟରେ ସାଇବର ଠକେଇ । ମାଟ୍ରିମୋନି ସାଇଟରେ ମିଛ ପ୍ରୋଫାଇଲ କରି ଲୁଟ୍ । ସୁନ୍ଦରୀ ଝିଅଙ୍କ ଫଟୋ ଦେଇ ପୁଅଙ୍କୁ ମାରୁଥିଲେ ଚୁନା । ଏମିତି ଜଣେ ସାଇବର ଅପରାଧୀକୁ ଧରିଛି ପୋଲିସ । ଫେକ୍ ID କରି ମାଟ୍ରିମୋନିଆଲାଲ ସାଇଟ୍ ରେ ଲୁଟୁଥିଲେ ନବମ ପାସ ଠକ। କେତେବେଳେ ବାପା ଅସୁସ୍ଥ କହି ତ କେତେବେଳେ ନିଜର ଗୋଡ ଭାଙ୍ଗି ଛି କହି ଆଣୁଥିଲେ ଟଙ୍କା ।

ଦିନକୁ ଦିନ ସାଇବର ଅପରାଧ ଚାଲିଥିବା ବେଳେ ଏବେ ସାମ୍ନାକୁ ଆସିଛି ଏକ ନୂଆ ଘଟଣା । ଯାହା ପୋଲିସ ପାଇଁ ବଡ ଚାଲେଞ୍ଜ ପାଲଟିଛି । ତେବେ ସମ୍ପୂର୍ଣ୍ଣ ଘଟଣା ଥିଲା ଏହିପରି । ଅଭିଯୋଗକାରୀ ଜଣକ ହେଉଛନ୍ତି ଭୁବନେଶ୍ୱରର ମାନସ ପଣ୍ଡା । ସେ ଭାରତ ମାଟ୍ରୀ ମୋନିରେ ଝିଅ ଖୋଜୁଥିଲେ। େଓ୍ଵବସାଇଟ୍‌ରେ ଦୀପା ପ୍ରଧାନ ନାମକ ଯୁବତୀ ସହ ପରିଚୟ ହେଲା । ସମ୍ପର୍କ ନିବିଡ଼ ହେବା ପରେ ଦୀପା ମାନସକୁ ଜାଲରେ ଫସାଇ ଗତବର୍ଷ ମେ ରୁ ଜୁନ ମଧ୍ୟରେ ୩ ଲକ୍ଷ ୧୮ ହଜାର ଟଙ୍କା ନେଇଥିଲେ । ଗୁଗଲ ପେ ମାଧ୍ୟମରେ ନେଇଥିଲେ ସୁବତକ ଟଙ୍କ। ଯାହା ଯାଞ୍ଚ ପରେ ସାମ୍ନାକୁ ଆସିଛି ।

ଅଭିଯୁକ୍ତ ଜଣକ ହେଉଛନ୍ତି ନୃସିଂହ ବିଶ୍ଵାଳ। ସ୍ତ୍ରୀ ଦୀପା ପ୍ରଧାନ ନାଁରେ ଫେକ୍ ID କରିଥିଲା। କେତେବେଳେ ବାପା ଅସୁସ୍ଥ କହି ତ କେତେବେଳେ ନିଜର ଗୋଡ ଭାଙ୍ଗି ଛି କହି ଟଙ୍କା ନେଉଥିଲା। କେବଳ ସେମାନେ ହ୍ଵାଟ୍‌ସ ଆପରେ ଚାଟ୍‌ କରୁଥିଲେ। କେବେ ଦେଖା ହୋଇ ନଥିଲେ କି ଫୋନ୍ ରେ କଥା ହୋଇ ନଥିଲେ। ହେଲେ ମାନସ ଯେତେବେଳେ ଟଙ୍କା ଫେରସ୍ତ ମାଗିଲେ ସେତେବେଳେ ବିଭିନ୍ନ ବାହାନା କଲେ ନୃସିଂହ । ପରେ ଫୋନ୍ ସ୍ୱିଚ ଅଫ କରିଦେଲେ। ତେବେ ନୃସିଂହ ପୁରୀ ସଦର ଥାନା ଅଞ୍ଚଳରରେ ରୁହନ୍ତି । ସେ ନବମ ଶ୍ରେଣୀ ଯାଏଁ ପାଠ ପଢ଼ିଛନ୍ତି । ଏନେଇ ନୃସିଂହ ପାଖରୁ ଏକ ଲକ୍ଷ ୬୧ହଜାର କ୍ୟାସ, ୫ଟି ATM କାର୍ଡ଼, ୩ଟିମୋବାଇଲ ଫୋନ, ଦୁଇଟି ସିମ୍ ଜବତ ହୋଇଛି । ଆଉ କାହାରିକୁ ସେ ଠକିଛି କି ସେ ନେଇ ତଦନ୍ତ ଚାଲିଛି। ତେବେ ମାଟ୍ରି ମୋନି ସାଇଟ୍ ରେ ସମ୍ପର୍କ ବଢ଼ାଇବା ପୂର୍ବରୁ ସବୁ ତଥ୍ୟ ଯାଞ୍ଚ କରିବାକୁ କମିଶନରେଟ ପୋଲିସ ସତର୍କ କରିଛନ୍ତି । ଶିକ୍ଷାଗତ ଯୋଗ୍ୟତା, ଚାକିରି ମଧ୍ୟ ଯାଞ୍ଚ କରିବା ସହ ସାମ୍ନା ସାମ୍ନି ଭେଟି କଥା ହୁଅନ୍ତୁ । ସେହିଭଳି ଟଙ୍କା ଅନ୍ ଲାଇନ୍ ଦିଅନ୍ତୁ ନାହିଁ ବୋଲି ସତର୍କ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.