Below header

ତ୍ରିକୋଣୀୟ ପ୍ରେମର କରୁଣ ପରିଣତି, ପ୍ରେମିକ ସହ ମିଶି ଯୁବକଙ୍କୁ ହତ୍ୟା

ପ୍ରେମ ସତ୍ୟ, ଚିରନ୍ତନ, ଶାଶ୍ୱତ । ପ୍ରେମ ପାଇଁ ସାତ ଦରିଆ ପାର୍‌ କରି ଆସୁଛି ପ୍ରେମ ପାଇଁ କିଏ ଜୀବନ ଦେଇ ଦେଉଛି । କିନ୍ତୁ ଏହି ପ୍ରେମ ପାଇଁ ହୋଇଛି ରକ୍ତପାତ। ତ୍ରିକୋଣୀୟ ପ୍ରେମର କରୁଣ ପରିଣତି । ପ୍ରେମିକ ସହ ମିଶି ଯୁବକଙ୍କୁ ହତ୍ୟା। ବିଳମ୍ବିତ ରାତିରେ ବୋହିଲା ରକ୍ତର ଧାର । ଏଭଳି ବିଭତ୍ସ ହତ୍ୟାକାଣ୍ଡ ରାଜ୍ୟ ରାଜଧାନୀରେ ହୋଇଛି ।

ପ୍ରେମ ସତ୍ୟ, ଚିରନ୍ତନ, ଶାଶ୍ୱତ । ପ୍ରେମ ପାଇଁ ସାତ ଦରିଆ ପାର୍‌ କରି ଆସୁଛି ପ୍ରେମ ପାଇଁ କିଏ ଜୀବନ ଦେଇ ଦେଉଛି । କିନ୍ତୁ ଏହି ପ୍ରେମ ପାଇଁ ହୋଇଛି ରକ୍ତପାତ। ତ୍ରିକୋଣୀୟ ପ୍ରେମର କରୁଣ ପରିଣତି । ପ୍ରେମିକ ସହ ମିଶି ଯୁବକଙ୍କୁ ହତ୍ୟା। ବିଳମ୍ବିତ ରାତିରେ ବହିଲା ରକ୍ତର ଧାର । ଏଭଳି ବିଭତ୍ସ ହତ୍ୟାକାଣ୍ଡ ରାଜ୍ୟ ରାଜଧାନୀରେ ହୋଇଛି ।

ଗତକାଲି ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଚିନ୍ତାମଣିଶ୍ୱର ଅଞ୍ଚଳରେ ମରଣାନ୍ତକ ଆକ୍ରମଣରେ ଜଣେ ଯୁବକଙ୍କ ଜୀବନ ଯାଇଛି । ମୃତ ଯୁବକ ଜଣକ ହେଉଛନ୍ତି ଅଞ୍ଜନ କୁମାର ବେହେରା। ନିହାରିକାକୁ ଭଲ ପାଉଥିଲେ ହତ୍ୟାକାରି ପିଙ୍କୁ । ନିହାରିକାଙ୍କ ସହ ଗୌତମ କଥାବାର୍ତା ହେଉଥିଲେ । ଏହାକୁ ସହି ପାରିନଥିଲେ ପିଙ୍କୁ । ଗୌତମଙ୍କୁ ଭେଟ ହେବା ପାଇଁ ପିଙ୍କୁ ଫୋନ କରି ଡାକିଥିଲେ । ଗୌତମ ଏକ କ୍ୟାଟ୍ରିଙ୍ଗ ସଂସ୍ଥାରେ କାମ କରୁଥିବାରୁ ସେ ଦେଖା କରିପାରିବେ ନାହିଁ ବୋଲି ମନା କରିଦେଇଥିଲେ ।

ଗତକାଲି ବିଳମ୍ବିତ ରାତିରେ ଜଟଣୀ ଅଞ୍ଚଳରୁ କ୍ୟାଟରିଂରେ କାମ ସାରି ଗୌତମ ଏବଂ ମୃତକ ଅଞ୍ଜନ ଚିନ୍ତାମଣିସ୍ୱର ଘରକୁ ଫେରିଥିଲେ । ପୂର୍ବରୁ ପିଙ୍କୁ, ପ୍ରେମିକା ନିହାରିକା ଓ କିଛି ସହଯୋଗୀ ସେଠାରେ ଛିଡା ହୋଇଥିଲେ । ଏତେ ରାତିରେ କାହିଁକି ଛିଡା ହୋଇଛ ବୋଲି ଅଞ୍ଜନ ପଚାରିବାରୁ ପିଙ୍କୁ ଅଞ୍ଜନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପିଙ୍କୁ ଭାବିଲା କି ଗୌତମ ଅଞ୍ଜନକୁ ସାଥିରେ ଧରିକି ଆସିଛି ଗଣ୍ଡଗୋଳ କରିବା ପାଇଁ । ଏହା ପରେ ପିଙ୍କୁ ସାଙ୍ଗରେ ଆଣିଥିବା ଖଣ୍ଡା ଦ୍ୱାରା ଅଞ୍ଜନର ହାତକୁ ହାଣି ଦେଇଥିଲେ । ଅଞ୍ଜନ ରକ୍ତାକ୍ତ ଅବସ୍ଥାରେ ଚିତ୍କାର କରୁଥିଲେ । ସେଠାରୁ ଦୌଡ଼ି କିଛି ବାଟ ଗଲା ପରେ ଅଚେତ ଅବସ୍ଥାରେ ତଳେ ପଡି ଯାଇଥିଲେ । ଏହାଦେଖି ପିଙ୍କୁ, ପ୍ରେମିକା ଓ ସହଯୋଗୀ ସେଠାରୁ ଫେରାର ହୋଇଯାଇଥିଲେ ।

ଏହି ଘଟଣା ପରେ ଗୌତମ ଓ କିଛି ଲୋକ ଅଞ୍ଜନଙ୍କୁ ସଙ୍ଗେ ସଙ୍ଗେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ମୃତଦେହ ଜବତ କରି ଶବ ବ୍ୟବଛେଦ ପାଇଁ ପଠାଇଛି । ଏନେଇ ହତ୍ୟାକାରି ଓ ନିହାରିକାକୁ ପୋଲିସ ଖୋଜୁଥିବା ବେଳେ ସେମାନେ ଧରା ପଡ଼ିଲେ ହତ୍ୟାର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ସୂଚନା ଦେଇଛନ୍ତି । ସେପଟେ ଅଞ୍ଜନଙ୍କ ବନ୍ଧୁ ଗୌତମ ପ୍ରତିକ୍ରିୟା ଦେଇଛନ୍ତି କି ଅଞ୍ଜନକୁ ମୋ ଆଖି ଆଗରେ ହାଣିଦେଲେ । ମୋତେ ବି ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲେ । ପିଙ୍କୁ ଆଉ ୫ଜଣ ଆସିଥିଲେ ଆକ୍ରମଣ କରିବାକୁ । ହତ୍ୟା ପାଇଁ ସେମାନେ ଷଡ଼ଯନ୍ତ୍ର କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.