ଏସ ସି ବି ମେଡିକାଲ କଲେଜର ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ହେଲା ଏକ ନୂତନ ଓ ବିରଳ ଅସ୍ତ୍ରୋପଚାର

ଗୋଡ଼ଟି ସଂପୂର୍ଣ୍ଣ ମାତ୍ରାରେ ଫୁଲିଯାଇଥିଲା । ନା ଠିକ୍‌ ରେ ଚାଲି ବୁଲି ପାରୁଥିଲେ ନା ନିଜ କାମ ଠିକରେ କରି ପାରୁଥିଲେ । ଯେଉଁଥିପାଇଁ ଦୈନନ୍ଦିନ ଜୀବନକୁ ବହୁମାତ୍ରାରେ ପ୍ରଭାବିତ କରୁଥିଲା । ଫଳରେ ମାନସିକ ଚାପରେ ରହୁଥିଲେ ମହିଳାଜଣକ । ହେଲେ ଏସ ସି ବି ଆସିବା ପରେ ତାଙ୍କ ମନରେ ବିଶ୍ୱାସ ସୃଷ୍ଟି କଲେ ବିଭାଗୀୟ ଡାକ୍ତରୀ ଟିମ୍‌ । ଶରୀରର ଭିନ୍ନ ଅଙ୍ଗରୁ ଲିମ୍ପନୋଡ ଆଣି ଗୋଡ଼ରେ ମାଇକ୍ରୋ ସର୍ଜରୀ ଜରିଆରେ ଇମ୍ପ୍ଲାଣ୍ଟ କରାଗଲା ।

କଟକ: ଗୋଡ଼ଟି ସଂପୂର୍ଣ୍ଣ ମାତ୍ରାରେ ଫୁଲିଯାଇଥିଲା । ନା ଠିକ୍‌ ରେ ଚାଲି ବୁଲି ପାରୁଥିଲେ ନା ନିଜ କାମ ଠିକରେ କରି ପାରୁଥିଲେ । ଯେଉଁଥିପାଇଁ ଦୈନନ୍ଦିନ ଜୀବନକୁ ବହୁମାତ୍ରାରେ ପ୍ରଭାବିତ କରୁଥିଲା । ଫଳରେ ମାନସିକ ଚାପରେ ରହୁଥିଲେ ମହିଳାଜଣକ । ଏହି ରୋଗଟି ଆଉ ଜୀବନ ଯାକ ଭଲ ହେବ ନାହିଁ ବୋଲି ମନକୁ ବୁଝାଇ ସାରିଥିଲେ । ହେଲେ ଏସ ସି ବି ଆସିବା ପରେ ତାଙ୍କ ମନରେ ବିଶ୍ୱାସ ସୃଷ୍ଟି କଲେ ବିଭାଗୀୟ ଡାକ୍ତରୀ ଟିମ୍‌ । ଶରୀରର ଭିନ୍ନ ଅଙ୍ଗରୁ ଲିମ୍ପନୋଡ ଆଣି ଗୋଡ଼ରେ ମାଇକ୍ରୋ ସର୍ଜରୀ ଜରିଆରେ ଇମ୍ପ୍ଲାଣ୍ଟ କରାଗଲା ।

ତେବେ ଏହି ମହିଳା ଜଣକ ହେଉଛନ୍ତି ଯାଜପୁର ଜିଲ୍ଲାର ରୀତାରାଣୀ ସାଇଁ । ବୟସ ୩୩ ବର୍ଷ। ଦୀର୍ଘ ୧୬ ବର୍ଷ ଧରି ଫାଇଲେରିଆ ରୋଗରେ ତାଙ୍କର ବାମ ଗୋଡ଼ଟି ସଂପୂର୍ଣ୍ଣ ମାତ୍ରାରେ ଫୁଲି ଯାଇଥିଲା । ମହିଳାଙ୍କର ଏହି ଭିନ୍ନ ଓ ନୂତନ ପଦ୍ଧତିରେ ଅପରେସନ କରି ଚିକିତ୍ସା କରାଗଲା । ଏହି ସର୍ଜରି ରାଜ୍ୟରେ ପ୍ରଥମ ଥର ପାଇଁ କଲେ ଏସ ସି ବିର ଡାକ୍ତରୀ ଟିମ। ପନ୍ଦରଦିନ ତଳେ ଏହି ପଦ୍ଧତିରେ ଚିକିତ୍ସା କରିବା ପରେ ଏ ନେଇ ସୂଚନା ଦେଇଛନ୍ତି ପ୍ଲାଷ୍ଟିକ ସର୍ଜରୀ ବିଭାଗୀୟ ମୁଖ୍ୟ। ଏହି ସର୍ଜରି ରାଜ୍ୟରେ ପ୍ରଥମ ଥର ପାଇଁ କଲେ ଏସ ସି ବିର ଡାକ୍ତରୀ ଟିମ୍‌ । ପନ୍ଦର ଦିନ ତଳେ ଏହି ପଦ୍ଧତିରେ ଚିକିତ୍ସା କରିବା ପରେ ଏ ନେଇ ସୂଚନା ଦେଇଛନ୍ତି ପ୍ଲାଷ୍ଟିକ ସର୍ଜରୀ ବିଭାଗୀୟ ମୁଖ୍ୟ। ( Vascularised LymphnodeTransfer) ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଏହା ରାଜ୍ୟର ପ୍ରଥମ ବୋଲି ବିଭାଗୀୟ ମୁଖ୍ୟ କହିଛନ୍ତି ।

ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଏହା ଏକ ଭଲ ସଫଳତା ବୋଲି ଚିକିତ୍ସକମାନେ ମତ ରଖିଛନ୍ତି । ଗୋଡ଼ ଫୁଲିବାର ବାସ୍ତବ କାରଣ ଖୋଜିବା ପରେ ଏହି ଚିକିତ୍ସା ପଦ୍ଧତି ଅପଣାଇଥିଲେ ଡାକ୍ତରୀ ଟିମ। ଅପରରେସନ ପରେ ଏବେ ଭଲ ଲାଗୁଛି ବୋଲି ମହିଳା ଜଣକ ପ୍ରତିକ୍ରିୟା ରଖିଛନ୍ତି । ଗୋଡ଼ର ଫୁଲା ଅନେକ ମାତ୍ରାରେ କମିଛି ବୋଲି କହିଛନ୍ତି ମହିଳା ଜଣକ । ଗୋଡ଼ର ଫୁଲା ୮୦ ପ୍ରତିଶତ କମିଯିବ ବୋଲି ଆଶା କରୁଛନ୍ତି ଡାକ୍ତରୀ ଟିମ୍‌ । ଏବେ ଏକ ନୂଆ ଜୀବନ ପାଇଲା ପରି ଲାଗୁଥିବା କହିଛନ୍ତି ମହିଳା ଜଣକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.