ଏସସିବି ମେଡିକାଲ କଲେଜ ପରିସରରୁ ଦୁଇ ଦଲାଲ ଗିରଫ

ପୁଣି ଧରା ହେଲେ ଦୁଇ ଦଲାଲ। ଏସସିବି ମେଡିକାଲ କଲେଜ ପରିସରରୁ ଦୁଇ ଦଲାଲ ଗିରଫ। ଦୁଇ ଦଲାଲ ହେଲେ ଶିବ ମହାନ୍ତ ଓ ଆଶିଷ କୁମାର ରଥ।

କଟକ : ପୁଣି ଧରା ହେଲେ ଦୁଇ ଦଲାଲ। ଏସସିବି ମେଡିକାଲ କଲେଜ ପରିସରରୁ ଦୁଇ ଦଲାଲ ଗିରଫ। ଦୁଇ ଦଲାଲ ହେଲେ ଶିବ ମହାନ୍ତ ଓ ଆଶିଷ କୁମାର ରଥ। ମଙ୍ଗଳାବାଗ ଥାନା ପୋଲିସ ଉଭୟଙ୍କୁ ଗିରଫ କରିଛି। ଘରୋଇ ହସ୍ପିଟାଲକୁ ରୋଗୀ ଚାଲାଣ ଅଭିଯୋଗରେ ଗିରଫ କରିଛି ପୋଲିସ। ଉନ୍ନତମାନର ଚିକିତ୍ସା ଯୋଗାଇ ଦେବାକୁ କହି ରୋଗୀଙ୍କ ସମ୍ପର୍କୀୟଙ୍କୁ ପ୍ରଭାବିତ କରି କମିସନୀ ନେଉଥିଲେ ଅଭିଯୁକ୍ତ। ବିଭିନ୍ନ ଘରୋଇ ହସ୍ପିଟାଲ ସହିତ ରହିଛି ଏମାନଙ୍କର ରହିଛି ଲିଙ୍କ। ଗତ ଫେବୃଆରୀ ମାସ ୮ ତାରିଖରୁ ଆଜି ସୁଦ୍ଧା ଏସସିବିରୁ ମୋଟ ୧୨ ଜଣ ଦଲାଲ ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି । ଏନେଇ ଅତିରିକ୍ତ ଡିସିପି ଅନୀଲ ମିଶ୍ର ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.