ମହାନଦୀ ଉପରେ ନିର୍ମାଣ ହେବ ଆଉ ଏକ ଦୀର୍ଘତମ ସେତୁ

ମହାନଦୀ ଉପରେ ନିର୍ମାଣ ହେବ ଆଉ ଏକ ଦୀର୍ଘତମ ସେତୁ । ପୂର୍ତ୍ତ ବିଭାଗ  ଅଧୀନରେ କଟକ ସଦର ନିର୍ବାଚନ ମଣ୍ଡଳୀର ନିଶ୍ଚିନ୍ତକୋଇଲି ବ୍ଲକ ସିର୍ଲୋ - ସାଉକେତ ନିକଟରେ  ନିର୍ମାଣ ହେବାକୁ ଯାଉଛି ଏହି ବ୍ରିଜ।

ସାଲେପୁର : ମହାନଦୀ ଉପରେ ନିର୍ମାଣ ହେବ ଆଉ ଏକ ଦୀର୍ଘତମ ସେତୁ । ପୂର୍ତ୍ତ ବିଭାଗ  ଅଧୀନରେ କଟକ ସଦର ନିର୍ବାଚନ ମଣ୍ଡଳୀର ନିଶ୍ଚିନ୍ତକୋଇଲି ବ୍ଲକ ସିର୍ଲୋ – ସାଉକେତ ନିକଟରେ  ନିର୍ମାଣ ହେବାକୁ ଯାଉଛି ଏହି ବ୍ରିଜ। ଯେଉଁଠି କଟକ ପାରଦୀପ ରାସ୍ତା ବା ରାଜ୍ୟ  କଟକ ଚାନ୍ଦବାଲି ରାସ୍ତାକୁ ଯୋଗାଯୋଗ  ସଂଯୋଗ କରିବାକୁ ବେଶ ସହଜ ହେବ । ଏହି ଅଞ୍ଚଳର ସାମଗ୍ରିକ ବିକାଶ ହୋଇ ପାରିବ । ଏଥିପାଇଁ ଟେଣ୍ଡର ଗ୍ରହଣ କରାଯାଇଥିଲା ଯାହାକୁ ସରକାର ଅନୁମୋଦନ କରିଛନ୍ତି । ଏନେଇ କ୍ୟାବିନେଟରେ  ୧୨୮କୋଟି ୭୧ଲକ୍ଷ ଟଙ୍କା ବ୍ୟୟ ମଞ୍ଜୁର କରାଯାଇଛି । ଆସନ୍ତା ୩୬ ମାସ ଭିତରେ‌ କାମ ଶେଷ ପାଇଁ ଲକ୍ଷ୍ୟ ରହିଛି। ଏଥିପାଇଁ ଅଞ୍ଚଳବାସୀ ବେଶ୍ ଖୁସି ପ୍ରକଟ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.