ବୌଦ୍ଧ-କନ୍ଧମାଳରେ ୬୯ତମ ରାଜ୍ୟସ୍ତରୀୟ ଭଲିବଲ୍‌ ଚାମ୍ପିଅନସିପ ଉଦ୍‌ଘାଟିତ, ଯୋଗଦେଲେ ୧୫ ଶହରୁ ଅଧିକ ଖେଳାଳି

କେନ୍ଯୁଜ୍: କନ୍ଧମାଳରେ ଭଲିବଲ୍ ମହାକୁମ୍ଭ। କନ୍ଧମାଳ ସଂସଦୀୟ କ୍ଷେତ୍ରର ବୌଦ୍ଧ ଓ କନ୍ଧମାଳ ଜିଲ୍ଲାରେ ୬୯ତମ ରାଜ୍ୟସ୍ତରୀୟ ଭଲିବଲ୍ ଚାମ୍ପିଅନସିପ ଆରମ୍ଭ ହୋଇଯାଇଛି । ଓଡ଼ିଶା ସରକାର, କିଟ୍ ଓ କିସର ଆର୍ଥିକ ସହାୟତା, କନ୍ଧମାଳ ସାଂସଦ ତଥା ଭାରତୀୟ ଭଲିବଲ୍ ଫେଡେରେସନର ସଭାପତି ଡ.ଅଚ୍ୟୁତ ସାମନ୍ତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୬୮ ବର୍ଷ ପରେ ପ୍ରଥମ ଥରଲାଗି କନ୍ଧମାଳ ସଂସଦୀୟ କ୍ଷେତ୍ରରେ ଏଭଳି ଐତିହାସିକ ମହାକୁମ୍ଭ ଅନୁଷ୍ଠିତ ହୋଇଛି।

ଆଜିଠୁ ୧୪ତାରିଖ ପର୍ଯ୍ୟନ୍ତ ୪ଦିନ ଧରି ଚାଲିବ ଏହି ଭଲିବଲ୍ ଚାମ୍ପିଅନସିପ। କନ୍ଧମାଳ ଜିଲ୍ଲାର ଫୁଲବାଣୀ, ଟିକାବାଲି, ବାଲିଗୁଡ଼ା ଓ ରାଇକିଆଠାରେ ପୁରୁଷ ବର୍ଗ ଏବଂ ବୌଦ୍ଧ ଜିଲ୍ଲାର ବୌଦ୍ଧଠାରେ ମହିଳା ବର୍ଗର ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି । ଏହାସହ କନ୍ଧମାଳ ଜିଲ୍ଲାରେ ଅନୁଷ୍ଠିତ ହେବ ପ୍ରଥମ ଆନ୍ତଃକ୍ଲବ୍ ପାରମ୍ପରିକ ଢାବ୍ଦା ଭଲିବଲ୍ ପୁରୁଷ ପ୍ରତିଯୋଗିତା। ସବୁର ଫାଇନାଲ ମ୍ୟାଚ୍ ଖେଳାଯିବ ଫୁଲବାଣୀଠାରେ।

ପ୍ରଥମ ଥର ଲାଗି ଏହି ଚାମ୍ପିଅନସିପରେ ଚାମ୍ପିଅନ୍, ରନର୍ସଅପ୍ ଓ ତୃତୀୟ ବିଜେତା ଦଳକୁ ଆର୍ଥିକ ପୁରସ୍କାର ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି। ଏହି ଭଲିବଲ୍ ମହାକୁମ୍ଭରେ ଓଡ଼ିଶାର ୩୦ଟି ଜିଲ୍ଲା ଓ ରାଜ୍ୟର ୬ଟି ୟୁନିଟରୁ ଉଭୟ ମହିଳା ଓ ପୁରୁଷ ବରିଷ୍ଠ ବର୍ଗର ୭୨ଟିମ୍ ଭାଗ ନେଉଛନ୍ତି। ୧୫ଶହରୁ ଅଧିକ ଖେଳାଳି, ୨ଶହ କୋଚ ଓ ଅଫିସିଆଲ୍ ଯୋଗଦେବେ। ସେହିପରି ଉଭୟ କନ୍ଧମାଳ ଓ ବୌଦ୍ଧ ଜିଲ୍ଲାର ବଛାବଛା ୨୦ଟି ଢାବ୍ଦା ଭଲିବଲ୍ ଦଳ ଏହି ଚାମ୍ପିଅନସିପରେ ଭାଗନେବେ।

ଉଦ୍‌ଘାଟନ ଦିବସରେ ଜିଲ୍ଳା ପରିଷଦ ସଭ୍ଯା ଶ୍ରୀମତୀ ଆକାକ୍ଷାଂ ପ୍ରଧାନ, ପୂର୍ବତନ ଏସ୍‌ଡିସି ଚେୟାରମେନ ରୋଦନ ମଲ୍ଲିକ, ଜିଲ୍ଲା ପରିକ୍ଷଦ ସଭ୍ଯ ପ୍ରଦିପ ଦିଗାଲ. ବିଜୁ ଜନତା ଦଳର ଉପସଭାପତୀ ସଂଜୀବ ପ୍ରସାଦ ଓ ଟିକାବଲି ସାଂସଦ ପ୍ରତିନିଧି ସୂଜନ ନାୟକଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ । ଆଜି ପ୍ରଥମେ ଜଗତସିଙ୍ଗପୁର ୨-୧ ସେଟରେ ଖୋର୍ଦ୍ଧା ଦଳ ବିପକ୍ଷରେ ବିଜୟ ଲାଭ କରିଥିଲା । ୨ୟ ମ୍ଯାଚରେ ବରଗଡ ଓ ଢେଙ୍କାନାଳ ମଧ୍ୟରେ ପ୍ରତିଯୋଗିତା ହୋଇଥିବା ବେଳେ ଢେଙ୍କାନାଳ ୨-୦ ସେଟରେ ବିଜୟ ହୋଇଥିଲା ।

ଟିକାବାଲିରେ ଆୟୋଜିତ ଖେଳରେ ଭାଗ ନେଇ ଆସିଥିବା ଖେଳାଳିମାନେ କନ୍ଧମାଳର ପରିବେଷ ଓ ଏଠାର ଆୟାଜନ ଭଲ ରହିଥିବା ଓ ଭଲିବଲ୍ ଖେଳ ଦ୍ୱାରା ଜିଲ୍ଲାର କୋଣ ଅନୁକୋଣରେ ରହିଥିବା ଯୁବ ଖେଳାଳିଙ୍କ ପ୍ରତିଭା ପ୍ରତିଷ୍ଠିତ ହେବ ବୋଲି କହିବା ସହ ଡ.ଅଚ୍ୟୁତ ସାମନ୍ତଙ୍କୁ ଧନ୍ଯବାଦ ଜଣାଇଥିଲେ । ଭଲି ଖେଳ ନିଜ ଅଚଁଳରେ ହୋଇଥିବାରୁ ଟିକାବଲି ବାସିନ୍ଦା ଖୁସିବ୍ଯକ୍ତ କରିଛନ୍ତି । ଗତବର୍ଷ ଫେବୃଆରୀ ୨୮ରୁ ମାର୍ଚ୍ଚ ୧୫ତାରିଖ ଯାଏ କନ୍ଧମାଳ ଜିଲ୍ଲାରେ ଅନୁରୂପ ଏକ ଭଲିବଲ୍ ଟୁର୍ଣ୍ଣାମେଣ୍ଟ କୋଭିଡ୍ କଟକଣା ଯୋଗୁଁ ବାତିଲ୍ ହୋଇଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.