ଶ୍ରୀବିହାର ଛକରେ ଖେଳଣା ବନ୍ଧୁକ ଦେଖାଇ ଲୁଟ୍ ଘଟଣାରେ ଲୁଟେରା ଅଟକ: ଗାଡି, ଖେଳନା ବନ୍ଧୁକ ଓ ଛୁରୀ ଜବତ
ଭୁବନେଶ୍ୱର(କେନ୍ଯୁଜ୍): ଶ୍ରୀବିହାର ଛକରେ ଖେଳଣା ବନ୍ଧୁକ ଦେଖାଇ ଲୁଟ୍ ଘଟଣାରେ ଲୁଟେରା ଅଜିତ ସ୍ୱାଇଁ ଅଟକ। ଲୁଟ୍ରେ ବ୍ୟବହୃତ ହୋଇଥିବା ଗାଡି, ଖେଳନା ବନ୍ଧୁକ ଓ ଛୁରୀ ଜବତ କରାଯାଇଛି। ୨୦ହଜାର ଟଙ୍କା ପାଇଁ ଲୁଟ୍ ପ୍ଲାନ୍ କରିଥିଲା ଅଜିତ।
ଗତକାଲି ଶ୍ରୀବିହାର ଅଞ୍ଚଳରେ ଏକ ଗ୍ରୋସରୀ ଦୋକାନରୁ ଲୁଟ୍ କରି ଖସି ପଳାଇବା ବେଳେ ମାଡ଼ି ବସି ଉତ୍ତମ ମଧ୍ୟମ ଦେଇଥିଲେ ଲୋକ । ଲୁଟେରାକୁ ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଖାନାରୁ ଡିସଚାର୍ଜ ପରେ ଲୁଟେରାକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ। ପୂରା ଘଟଣା ସିସିଟିଭିରେ କଏଦ ହୋଇଛି ।