ଧୋନୀଙ୍କ ଭଳି ହେଲିକପ୍ଟର ସଟ୍‌ ମାରୁଛନ୍ତି ଆଫଗାନିସ୍ତାନର ଏହି ଖେଳାଳି, ଦେଖନ୍ତୁ ଭିଡିଓ

ସ୍କଟଲାଣ୍ଡ ବିପକ୍ଷରେ ଜବରଦସ୍ତ ବ୍ୟାଟିଂ କରି ଆଫଗାନିସ୍ତାନ ଟିମ୍‌ ୨୦ ଓଭରରେ ୪ ଓ୍ଵିକେଟ ହରାଇ ୧୯୦ ରନ୍‌ କରିଥିଲା। ଅନୁଭବୀ ନଜୀବୁଲ୍ଲାହ ଜାଦରାନ ଅର୍ଦ୍ଧଶତକ ଏବଂ ଅନ୍ୟ ଖେଳାଳିଙ୍କ ବ୍ୟାଟିଂ ଯୋଗୁଁ ଟିମ୍‌ ସ୍କୋର ୧୯୦ ରନରେ ପହଞ୍ଚିଥିଲା। ଆଫଗାନିସ୍ତାନ ଟିମର ରହମନୁଲ୍ଲାହ ଗୁରବାଜ ଏମିତି ଏକ ଛକା ମାରିଥିଲେ, ଯାହାକୁ ଦେଖି ସମସ୍ତଙ୍କୁ ଧୋନୀଙ୍କ କଥା ମନେ ପଡିଯାଇଥିଲା। ସ୍କଟଲାଣ୍ଡ ବୋଲର ଜୋଶ ଡେବୀଙ୍କ ବଲରେ ଗୁରବାଜ ସ୍କୋୟାର ଲେଗରେ ଏକ ଛକା ମାରିଥିଲେ। ଏହି ଛକା ମାରିବାର ଷ୍ଟାଇଲ ବିଲକୁଲ ଧୋନୀଙ୍କ ଅନ୍ଦାଜରେ ରହିଥିଲା। ଧୋନୀଙ୍କ ହେଲିକ୍ଟପର ସଟ୍‌ ଭଳି ଗୁରବାଜ ଛକା ମାରିଥିଲେ। ଏହି ସଟ୍‌ ଦେଖି ଆଫଗାନିସ୍ତାନ ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଆଇସିସି ଦ୍ୱାରା ସେୟାର ହୋଇଥିବା ଭିଡିଓକୁ ଲୋକେ ଦେଖି ବିଭିନ୍ନ ପ୍ରକାର କମେଣ୍ଟ ଦେଉଛନ୍ତି। ଜାଦରାନ ୩୪ ବଲରେ ୫୯ ରନ୍‌ କରିଥିଲେ। ଏହା ମଧ୍ୟରେ ୫ଟି ଚୌକା ଏବଂ ୩ଟି ଛକା ସାମିଲ ରହିଥିଲା।ଗୁରବାଜ ୩୭ ବଲରେ ୪୨ ରନ କରିଥିଲେ। ଏହାପୂର୍ବରୁ ଓପନର୍ ହଜରତୁଲ୍ଲା ଜାଜାଇ ତିନିଟି ଚୌକା ୧ଟି ଛକା ସହାୟତାରେ ୩୦ ବଲ୍‌ରେ ୪୪ ରନ କରିଥିଲେ। ସ୍କଟଲ୍ୟାଣ୍ଡ ପାଇଁ ସଫାୟନ ସରିଫ ୩୩ ରନ୍ରେ ଦୁଇଟି ୱିକେଟ୍ ନେଇଥିଲେ।

 

View this post on Instagram

 

A post shared by ICC (@icc)

ଉର ରହମାନ ଏବଂ ରସିଦ ଖାନ ଚମତ୍କାର ବୋଲିଂ କରି ୯ ୱିକେଟ୍ ନେଇଥିଲେ, ମୁଜିବ ୫ ୱିକେଟ୍ ନେଇଥିଲେ ଏବଂ ରସିଦ୪ ୱିକେଟ୍ ନେଇଥିଲେ ଏବଂ ସ୍କଟଲ୍ୟାଣ୍ଡ ପାଇଁ ପରାଜୟର କାରଣ ହୋଇଥିଲା।, ମୁଜିବଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଟାଇଟଲ୍ ପ୍ରଦାନ କରାଯାଇଥିଲା। ମୁଜିବ ୫ ୱିକେଟ୍ ନେଇ ସ୍କଟଲ୍ୟାଣ୍ଡର ବ୍ୟାଟ୍ସମ୍ୟାନଙ୍କୁ ଧୂଳି ଚଟାଇଥିଲେ। ସ୍କଟଲ୍ୟାଣ୍ଡର ଦଳ ମାତ୍ର ୬୦ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲା। ଆଫଗାନିସ୍ତାନ ଏହି ମ୍ୟାଚକୁ ୧୩୦ ରନରେ ଜିତିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.