Below header

ଅଜିଙ୍କ୍ୟ ରାହାଣେ ଟେଷ୍ଟ ଟିମକୁ ଫେରିବାକୁ ହେଲେ ରଣଜୀ ମ୍ୟାଚରେ ଭଲ ପ୍ରଦର୍ଶନ କରିବାକୁ ହେବ

ଆଗାମୀ ରଣଜୀ ଟ୍ରଫି ଟୁର୍ଣ୍ଣାମେଣ୍ଟରେ ଭାରତୀୟ କ୍ରିକେଟ ଟିମ୍‌ର ବ୍ୟାଟସମ୍ୟାନ ଅଜିଙ୍କ୍ୟ ରାହାଣେ ଖେଳିବାକୁ ଯାଉଛନ୍ତି। ଅଜିଙ୍କ୍ୟ ରାହାଣେ ମୁମ୍ବାଇ ଟିମ୍‌ ପାଇଁ ରଣଜୀ ମ୍ୟାଚ ଖେଳିବେ। କିନ୍ତୁ ଅଜିଙ୍କ୍ୟଙ୍କୁ ଆଉ ଜଣେ ଯୁବ ଖେଳାଳିଙ୍କ ଅଧିନାୟକତ୍ୱରେ ମ୍ୟାଚ ଖେଳିବାକୁ ହେବ। ରାହାଣେ ପୃଥ୍ଵୀ ଶ’ଙ୍କ ଅଧିନାୟକରେ ଖେଳିବେ। ଭାରତର ପୂର୍ବ ଅଧିନାୟକ ଅଜିଙ୍କ୍ୟ ରାହାଣେ ଯଦି ଟେଷ୍ଟ ଟିମକୁ ଫେରିବାକୁ ଚାହୁଁଛନ୍ତି, ତେବେ ତାଙ୍କ ରଣଜୀ ମ୍ୟାଚରେ ରନ୍‌ କରିବାକୁ ହେବ।

ସୂଚନା ମୁତାବକ, ଦିନେ କିମ୍ବା ଦୁଇଦିନ ମଧ୍ୟରେ ମୁମ୍ବାଇ ରଣଜୀ ଟିମ୍‌ ଘୋଷଣା ହେବ। ଏଥିରେ ୨୨ ବର୍ଷୀୟ ପୃଥ୍ଵୀ ଶ’ ଅଧିନାୟକ ଦାୟିତ୍ୱ ତୁଲାଇବେ। ରାହାଣେ କିଛି ସମୟ ପୂର୍ବରୁ ବିରାଟ କୋହଲି ସହିତ ଭାରତୀୟ ଟେଷ୍ଟ ଟିମ୍‌ର ଉପଅଧିନାୟକ ଥିଲେ। ବିରାଟଙ୍କ ଅନୁପସ୍ଥିତିରେ ରାହାଣେ ୨୦୨୦ରେ ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜ ଜିତିଥିଲା। ଏବେ ୬ଟି ଟ୍ଟେ ମ୍ୟାଚରେ ଭାରତର ଅଧିନାୟକ ଦାୟିତ୍ୱ ତୁଲାଇଥିଲେ। ଏହାଛଡା ରାହାଣେ ୩ଟି ଦିନିକିଆ ଅର୍ନ୍ତଜାତୀୟ ମ୍ୟାଚ ମଧ୍ୟ ଖେଳିଛନ୍ତି। ରାହାଣେ ୮୨ ଟେଷ୍ଟ ମ୍ୟାଚରେ ୪୯୩୧, ୯୦ଟି ଦିନିକିଆ ମ୍ୟାଚରେ ୨୯୬୨ ଏବଂ ଟି-୨୦ ମ୍ୟାଚରେ ୩୭୫ ରନ କରିଛନ୍ତି।

ମୁମ୍ବାଇର କ୍ରିକେଟ ସଂଘର ଜଣେ ଅଧିକାରୀଙ୍କ କହିଛନ୍ତି, ରାହାଣେଙ୍କ ଭଳି ଖେଳାଳିଙ୍କ ପାଇଁ ଅଧିନାୟକ ପଦ ତୁଲାଇବା ଗୁରୁତ୍ୱପୂର୍ଣ୍ଣ ନୁହେଁ, ତାଙ୍କ ପାଇଁ ଖେଳିବା ଏବଂ ଟିମ୍‌ ପାଇଁ ରନ୍‌ ଆଣିବା ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ଟୁର୍ଣ୍ଣାମେଣ୍ଟ ଖେଳିବା ସହିତ ଟିମର ମେଣ୍ଟର ହେବା ଘରୋଇ କ୍ରିକେଟରେ ମୁମ୍ବାଇ ପାଇଁ ଗୌରବ ଆଣିଛନ୍ତି। ସେ କେବେ ବି ଅଧିନାୟକ ପଦବୀ ନେଇ ଅହଂକାର କରନ୍ତି ନାହିଁ ଏବଂ ପୃଥ୍ଵୀ ଶଙ୍କ ଅଧିନରେ ଖେଳିବାରେ ମଧ୍ୟ କୌଣସି ସମସ୍ୟା ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.