ତୁରନ୍ତ ବଳକା ଉଷୁନା ଚାଉଳ ଉଠାଇବା ଦାବି, ଆଜିଠୁ FCI ଅଫିସ ଆଗରେ ବିଜେଡିର ଧାରଣା

ଭୁବନେଶ୍ବର(କେନ୍ଯୁଜ୍): ତୁରନ୍ତ ବଳକା ଉଷୁନା ଚାଉଳ ଉଠାଇବା ଦାବିରେ ବିଜେଡିର ଧାରଣା । ଆଜିଠୁ FCI ଅଫିସ ଆଗରେ ଦଳର ଧାରଣା । କେନ୍ଦ୍ର ସରକାର ଓଡ଼ିଶା ବିରୋଧୀ ଓ କୃଷକ ବିରୋଧୀ କାମ କରୁଛନ୍ତି। ରାଜ୍ୟରୁ ବଳକା ଚାଉଳ ନେଉନାହାଁନ୍ତି।

ରାଜ୍ୟରେ କୋଟି କୋଟି କୃଷକ ଦୁଃଖ ଓ ଅନଟନରେ ପଡିଛନ୍ତି। ଏହାର ଜୋରଦାର ପ୍ରତିବାଦ କରାଯିବ। ପିଡିଏସ୍‌ ଚାଉଳ ଯୋଗାଣ କ୍ଷେତ୍ରରେ ଓଡ଼ିଶା ଦେଶର ତୃତୀୟ ବୃହତମ ରାଜ୍ୟ । ଓଡ଼ିଶା ୯୫ପ୍ରତିଶତ ଉଷୁନା ଚାଉଳ ଉତ୍ପାଦନ କରେ। ସାମ୍ବିଧାନିକ ବ୍ୟବସ୍ଥା ଅନୁଶାରେ ରାଜ୍ୟରୁ ବଳକା ଚାଉଳ ଉଠାଇବା କେନ୍ଦ୍ରର ଦାୟିତ୍ୱ ବୋଲି କହିଛି ଦଳ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.