ଛକା ରୋକିବା ପାଇଁ ଉପରେ ଉଡି ଗୋଟେ ହାତରେ କ୍ୟାଚ୍‌ ଧରିଲେ ଆଶେଲ ଗାର୍ଡନର, ଭିଡିଓ ଦେଖି ଲୋକେ କରୁଛନ୍ତି ସଲାମ୍‌

ଆଇସିସି ମହିଳା ବିଶ୍ୱକପରେ ଅଷ୍ଟ୍ରେଲିଆ ବିଜୟ ଧାରା ବଜାୟ ରଖିଛି। ମେଗ୍‌ ଲେନିଂଙ୍କ ଅଧିନାୟକତ୍ୱରେ ଅଷ୍ଟ୍ରେଲିଆ ଟିମ୍‌ ୱେଲିଂଟନରେ ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚକୁ ୫ ଓ୍ଵିକେଟରେ ଜିତିନେଇଛି। ଟୁର୍ଣ୍ଣାମେଣ୍ଟରେ ଅଷ୍ଟ୍ରେଲିଆ ଟିମ୍‌ ୬ ଥର ପାଇଁ ଜିତିସାରିଛି। ଲିଗ୍‌ ପର୍ଯ୍ୟାୟରେ କୌଣସି ମ୍ୟାଚ ନ ହାରି ସେମିଫାଇନାଲ ଟିକେଟ କାଟିଛି ଅଷ୍ଟ୍ରେଲିଆ। ଏହି ମ୍ୟାଚରେ ଆଶେଲ ଗାର୍ଡନର ଏମିତି ଏକ କ୍ୟାଚ ଧରିଛନ୍ତି, ଯାହାକୁ ଦେଖିବା ପରେ ନିଶ୍ଚିତ ସଲାମ କରିବେ ଆପଣ।

ୱେଲିଂଟନରେ ଖେଳାଯାଉଥିବା ମ୍ୟାଚରେ ସାଉଥ ଆଫ୍ରିକା ଟିମ୍‌ ଭଲ ପ୍ରଦର୍ଶନ କରି ୫ ଓ୍ଵିକେଟ ହରାଇ ୨୭୧ ରନ୍‌ କରିଥିଲା। ଯାହାକୁ ଟିମ୍‌ ଅଷ୍ଟ୍ରେଲିଆ ମାତ୍ର ୪୫.୨ ଓଭରରେ ୫ ଓ୍ଵିକେଟ ହରାଇ ବାଜି ମାରିନେଇଥିଲା। ଏହି ମ୍ୟାଚରେ ଅଧିନାକ ମେଗ୍‌ ଲେନିଂ ୧୩୫ ରନ୍‌ କରିଥିଲେ। ତାଙ୍କୁ ପ୍ଲେୟାର ଅଫ ଦ ମ୍ୟାଚ ମଧ୍ୟ ମିଳିଥିଲା।

ଏହି ମ୍ୟାଚ ସମୟରେ ଆଶେଲ ଗାର୍ଡନର ଏମିତି ଏକ କ୍ୟାଚ ଧରିଥିଲେ, ଯାହା ସୋସିଆଲ ମିଡିଆରେ ଭାଇରଲ ହୋଇଛି। ସାଉଥ ଆଫ୍ରିକାର ୪୬ତମ ଓଭରରେ ଅଷ୍ଟ୍ରେଲିଆର ଜେସ୍‌ ଜନସେନା ବୋଲିଂ କରୁଥିଲେ।ଏହି ସମୟରେ ବ୍ୟାଟସମ୍ୟାନ୍‌ ମିଗ୍ରନ ଡୁ ପିଜ ଡିପ୍‌ ମିଡ ଓ୍ଵିକେଟ ଉପରେ ଏକ ସଟ୍‌ ଲଗାଇଥିଲେ। ବାଉଣ୍ଡ୍ରି ଲାଇନରେ ଥିବା ଗାର୍ଡନର ଏହି କ୍ୟାଚକୁ ଧରିବା ପାଇଁ ଏମିତି ଡେଇଁ ଗୋଟେ ହାତରେ କ୍ୟାଚ ଧରିନେଇଥିଲେ। ଯାହା ଏବେ ଭାଇରଲ ହେବା ପରେ ମିଶେଲ ଗାର୍ଡନରଙ୍କୁ ବହୁତ ପ୍ରଶଂସା ମିଳୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.