Below header

ଆଇପିଏଲ ପରେ ଏବେ ରଦ୍ଦ ହେଲା ଏସିଆ କପ୍, ଶ୍ରୀଲଙ୍କାରେ ହୋଇଥାନ୍ତା ଆୟୋଜନ

କରୋନା ମହାମାରୀର ପ୍ରଭାବ ଦୁନିଆର ପ୍ରତି କ୍ଷେତ୍ର ଉପରେ ପଡ଼ିଛି। ଖେଳ ଦୁନିଆ ମଧ୍ୟ କରୋନା ମାଡ଼ରେ ବେଶ୍ ପ୍ରଭାବିତ ହୋଇଛି। ପ୍ରଥମେ ଭାରତରେ ଆଇପିଏଲ ରଦ୍ଦ ହୋଇଥିବା ବେଳେ ଏବେ ଶ୍ରୀଲଙ୍କାରେ ହେବାକୁ ଥିବା ଏସିଆ କପ୍ ବି ରଦ୍ଦ ହୋଇଛି।

ପାକିସ୍ତାନରେ ନ ହୋଇ ଶ୍ରୀଲଙ୍କାରେ ହେବାକୁ ଥିବା ଏସିଆ କପ୍ କରୋନା ମହାମାରୀ ଯୋଗୁ ବନ୍ଦ ହୋଇଛି। ଶ୍ରୀଲଙ୍କା କ୍ରିକେଟର ସିଇଓ ଏସଲେ ଡିସିଲବା ଘୋଷଣା କରି କହିଛନ୍ତି ଯେ ତାଙ୍କ ପାଇଁ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା କଷ୍ଟସାଧ୍ୟ। ବର୍ତ୍ତମାନର ସ୍ଥିତିକୁ ଦେଖି ଜୁନରେ ଟୁର୍ଣ୍ଣାମେଣ୍ଟ କରିହେବ ନାହିଁ।

ତେବେ ଏସିଆ କପ ରଦ୍ଦ ହେବା ପରେ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ନିରାଶା ଖେଳିଯାଇଛି। ଏବେ ଏହି ଟୁର୍ଣ୍ଣାମେଣ୍ଟ ୨୦୨୩ ୱାନ ଡେ କପ୍ ପରେ ହିଁ ସମ୍ଭବ ହେବ। ମାତ୍ର ବିସିସିଆଇ ସଚିବ ଜୟ ଶାହ ଏନେଇ ଏବେ ଯାଏଁ କୌଣସି ବିଧିବଦ୍ଧ ଘୋଷଣା କରିନାହାନ୍ତି। ପ୍ରକାଶ ଯେ ଶେଷ ଥର ଏସିଆ କପ୍ ଟୁର୍ଣ୍ଣାମେଣ୍ଟ ୨୦୧୮ ରେ ୟୁଏଇରେ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.