Below header

ମେ ୨୪ ତାରିଖରୁ ଘର ଘର ବୁଲି କରାଯିବ ସର୍ଭେ, ଜ୍ୱର ହୋଇଥିବା ବ୍ୟକ୍ତିଙ୍କୁ କରାଯିବ ଚିହ୍ନଟ

ଭୁବନେଶ୍ୱର(କେ ନ୍ୟୁଜ): ମେ ୨୪ ତାରିଖରୁ ଘର ଘର ବୁଲି କରାଯିବ ସର୍ଭେ । ଅଗଷ୍ଟ ୨୩ ତାରିଖ ପର୍ଯ୍ୟନ୍ତ ତିନି ମାସ ଧରି ଚାଲିବ ଏହି ସର୍ଭେ । ପ୍ରତିଦିନ ଘର ଘର ବୁଲି ଜ୍ୱର ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯିବ । ଡ୍ରାଇଭ ଇନ୍‌ ଓ ଘର ଘର ବୁଲି ଟିକାକରଣରୁ ନିବୃତ୍ତ ରହିବାକୁ ସବୁ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖିଲା ସ୍ୱାସ୍ଥ୍ୟ ବିଭାଗ ।

କେନ୍ଦ୍ର ସରକାରଙ୍କ ଗାଇଡ ଲାଇନ ମୁତାବକ ଏହି ପ୍ରକ୍ରିୟାରୁ ଦୂରେଇ ରହିବାକୁ କହିଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର । ଗାଇଡ ଲାଇନ ମୁତାବକ ସେହି ସ୍ଥାନରେ ଟିକାକରଣ ହେବ ଯେଉଁଠି ଟିକାକରଣ ରୁମ୍‌, ୱେଟିଂ ରୁମ୍‌ ପାଇଁ ପର୍ଯ୍ୟାପ୍ତ ସ୍ଥାନ ଥିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.