Sony ଲଞ୍ଚ କଲା ଶସ୍ତା ବଜେଟ୍ ଫୋନ୍ Xperia Ace 2, ଜାଣନ୍ତୁ ଏହି ସ୍ମାର୍ଟଫୋନର ଫିଚର ଓ ଦାମ୍

ଲୋକପ୍ରିୟ ଟେକ୍ କମ୍ପାନୀ Sony ନିଜ Xperia Series ର ନୂଆ ମୋବାଇଲ ଫୋନ Sony Xperia Ace 2କୁ ଜାପାନରେ ଲଞ୍ଚ କରିଛି। ଫୋନର ଉଭୟ ଲୁକ ଓ ଫିଚର ବେଶ୍ ଦମଦାର ରହିଛି। ଏହା ପୂର୍ବରୁ କମ୍ପାନୀ ୨୦୧୯ରେ Sony Xperia Ace ଲଞ୍ଚ କରିଥିଲା। ଏହି ଫୋନ୍ ଉକ୍ତ ଫୋନର ସକସେସର ବୋଲି କୁହାଯାଉଛି। ଫୋନରେ Android 11ର octa core MediaTek ପ୍ରୋସେସର ଦିଆଯାଇଛି। ଖୁବଶୀଘ୍ର ଭାରତ ସମେତ ଅନ୍ୟ ଦେଶରେ ମଧ୍ୟ ଏହି ଫୋନ ଲଞ୍ଚ କରାଯିବ।

Sony Xperia Ace2ରେ ୫.୫ ଇଞ୍ଚର HD+ ଡିସପ୍ଲେ ଦିଆଯାଇଛି। ଏହାର ସ୍କ୍ରିନର ରିଜଲ୍ୟୁସନ ରହିଛି ୭୨୦*୧୪୯୬ ପିକ୍ସଲ। ଫୋନରେ octa core Media Tek Helio P35 SoC ପ୍ରୋସେସର ଲାଗିଛି। ଫୋନର ବିଶେଷତ୍ବ ହେଉଛି ଏହା ୱାଟରପ୍ରୁଫ। ଏଥିପାଇଁ ଫୋନକୁ IPX8 ସାର୍ଟିଫିକେଟ ମଧ୍ୟ ମିଳିଛି।

ଏହି ଫୋନ 4GB RAM ଓ 64 GB ଷ୍ଟୋରେଜ ସହ ଆସୁଛି। micro SD ସହାୟତାରେ ଏହାକୁ 1 TB ଯାଏଁ ବଢ଼ାଇ ହେବ। ଏହି ଫୋନର ସାଇଡରେ ମାଉଣ୍ଟେଡ ଫିଙ୍ଗର ପ୍ରିଣ୍ଟ ସ୍କାନର ମଧ୍ୟ ଦିଆଯାଇଛି। ଫୋନରେ ୧୩ ମେଗାପିକ୍ସଲ କ୍ୟାମେରା ରହିଛି। ସେହିଭଳି 4500mAhର ବ୍ୟାଟେରି ରହିଛି। ଏହାର ଦାମ ରହିଛି ୧୪,୮୦୦ ଟଙ୍କା। ଏହି ସ୍ମାର୍ଟଫୋନ ଧଳା,କଳା ଓ ନୀଳ ରଙ୍ଗରେ ଉପଲବ୍ଧ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.