ବିବାହ ମଣ୍ଡପରୁ ଫେରାର ହେଲା ବର, ଆଉ ତା’ ପରେ ଫିଲ୍ମ ଷ୍ଟାଇଲରେ ହେଲା ବାହାଘର

ପ୍ରତ୍ୟେକ ସମାଜରେ ବିବାହ ଏକ ଦାୟିତ୍ୱ ହୋଇଥାଏ, ଯାହାକୁ ଉଭୟ ବର ଓ କନ୍ୟା ପାଳନ କରିଥାନ୍ତି। କିନ୍ତୁ ବର୍ତ୍ତମାନ ସମୟରେ ବେଦୀରେ ବସିବା ପରେ ବି ବର ଉଠିଯାଉଥିବା ଦେଖିବାକୁ ମିଳୁଛି। ନିକଟରେ ସେଭଳି ଏକ ମାମଲା ଦେଖିବାକୁ ମିଳିଛି ମହାରାଜାପୁର ଅଞ୍ଚଳରେ। ଏଠାରେ ବାହା ବେଦୀରୁ ଏକ ବର ଫେରାର ହେବା ପରେ ଫିଲ୍ମ ଷ୍ଟାଇଲରେ ଆଉ ଜଣେ ଯୁବକ ଉକ୍ତ କନ୍ୟାକୁ ବିବାହ କରିଥିବା ଦେଖିବାକୁ ମିଳିଛି।

ରିପୋର୍ଟ ମୁତାବକ, ବର ଓ କନ୍ୟାଙ୍କ ଜୟମାଳା କାର୍ଯ୍ୟକ୍ରମ ଶେଷ ହୋଇସାରିଥିଲା। କିନ୍ତୁ ବର ବେଦୀକୁ ଆସିବା ସମୟ ହେବାରୁ ଅଚାନକ ସେ ସେଠାରୁ କୁଆଡ଼େ ଚାଲିଯାଇଥିଲା। ଏହି ଘଟଣା ପରେ ମଣ୍ଡପରେ ଗଣ୍ଡଗୋଳ ସ୍ଥିତି ଉପୁଜିଥିଲା। କନ୍ୟା ମଙ୍ଗୁଳା ହୋଇସାରିଥିବାରୁ ସେଠାରେ ଉପସ୍ଥିତ ଜଣେ ଭଦ୍ର ବ୍ୟକ୍ତି ବରଯାତ୍ରୀ ମଧ୍ୟରୁ କେହି କନ୍ୟାକୁ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲେ। କାରଣ ବରଯାତ୍ରୀ ଖାଲି ହାତରେ ଫେରିବା ଅଶୁଭ ହୋଇଥାଏ।

ପରେ କନ୍ୟା ପକ୍ଷ ବିବାହରେ ଆସିଥିବା ଜଣେ ଯୁବକକୁ ବାଛିଥିଲେ। ପରିବାର ଲୋକଙ୍କ ସହମତିକ୍ରମେ ଉକ୍ତ ଯୁବକ ସହ କନ୍ୟାର ବିବାହ ହୋଇଥିଲା। ବିବାହ ପରେ କନ୍ୟାର ପରିବାର ଲୋକେ ଫେରାର ବର ଓ ତାଙ୍କ ପରିବାର ବିରୋଧରେ ମାମଲା ରୁଜୁ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.