Below header

ଏସିଆନ ଚାମ୍ପିଅନ୍ସ ଟ୍ରଫିରେ ଭାରତ ଚମ୍ପିଆନ, ମାଲେସିଆକୁ ୪-୩ ଗୋଲରେ ହରାଇଲା

ଏସିଆନ ଚାମ୍ପିଅନ୍ସ ଟ୍ରଫିରେ ଭାରତ ଚମ୍ପିଆନ । ମାଲେସିଆକୁ ୪-୩ ଗୋଲରେ ହରାଇଲା ଭାରତ । ଏଥିସହ ଚତୁର୍ଥ ଥର ପାଇଁ ଭାରତ ଏସିଆନ ଚାମ୍ପିଅନ୍ସ ଟ୍ରଫି ଜିତି ନେଇଛି।

ଏସିଆନ ଚାମ୍ପିଅନ୍ସ ଟ୍ରଫିରେ ଭାରତ ଚମ୍ପିଆନ । ମାଲେସିଆକୁ ୪-୩ ଗୋଲରେ ହରାଇଲା ଭାରତ । ଏଥିସହ ଚତୁର୍ଥ ଥର ପାଇଁ ଭାରତ ଏସିଆନ ଚାମ୍ପିଅନ୍ସ ଟ୍ରଫି ଜିତି ନେଇଛି। ଆରମ୍ଭରୁ ଉଭୟ ଟିମ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା । ପ୍ରଥମେ ଭାରତ ଗୋଲ ଦେଇଥିଲା। ଭାରତ ପକ୍ଷରୁ ଯୁଗରାଜ ସିଂଙ୍କ ଡ୍ରାଗ ଫ୍ଲିିକ ପ୍ରଥମ ଗୋଲାରେ ପରିଣତ ହୋଇଥିଲା।

୪ ମିନିଟ ପରେ ପ୍ରଥମ ଗୋଲ ଦେଇ ପରିଶୋଧ କରିଥିଲା ମାଲେସିଆ। ପ୍ରଥମ କ୍ବାର୍ଟରରେ ୧-୧ରେ ଖେଳ ବାରାବର ଥିଲା। ଦ୍ବିତୀୟ କ୍ବାର୍ଟର ଶେଷ ସୁଦ୍ଧା ମାଲେସିଆ ଦୁଇଟି ଗୋଲ ଦେଇ ୩-୧ରେ ଆଗରେ ରହିଥିଲା। ତୃତୀୟ କ୍ବାର୍ଟରରେ ଭାରତ ଆକ୍ରମଣାତ୍ମକ ଖେଳିଥିଲା।

ବେଶ କିଛି ସମୟର ସଂଘର୍ଷ ପରେ ହରମନପ୍ରିତ ଓ ଗୁରଜନ୍ତ ସିଂ ଗୋଟିଏ ଲେଖାଏଁ ଗୋଲ ଦେଇ ଖେଳକୁ ୩-୩ ସମାନ ସ୍ଥିତିକୁ ଆଣିଥିଲା । ଚତୁର୍ଥ କ୍ବାର୍ଟର ଆରମ୍ଭରୁ ଉଭୟ ଟିମ କଡ଼ାମୁକାବିଲା କରିଥିଲେ । ଶେଷରେ ଭାରତ ଚତୁର୍ଥ ଗୋଲ ଦେଇ ମ୍ୟାଚ ଜିତି ନେଇଥିଲା। ଆକାଶଦୀପ ସିଂ ଭାରତ ପାଇଁ ବିଜୟ ସୂଚକ ଗୋଲ ଦେଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.