Below header

ପ୍ୟାରିସର ଆଇଫେଲ ଟାୱାରରେ ବୋମା ଆତଙ୍କ, ଟାୱାରର ୩ଟି ଜାକ ଫ୍ଲୋରକୁ ଖାଲି କରାଗଲା

ପ୍ୟାରିସର ଆଇଫେଲ ଟାୱାରରେ ବୋମା ଆତଙ୍କ। ଆଇଫେଲ ଟାୱାରକୁ ଖାଲି କରାଗଲା। ଏହାର ୩ଟି ଜାକ ଫ୍ଲୋରକୁ ଖାଲି କରାଯାଇଛି। ପୋଲିସ ଓ ବୋମା ନିଷ୍କ୍ରିୟକାରୀ ଦଳ ତନ୍ନତନ୍ନ କରି ଯାଞ୍ଚ କରୁଛନ୍ତି।

ପ୍ୟାରିସର ଆଇଫେଲ ଟାୱାରରେ ବୋମା ଆତଙ୍କ। ଆଇଫେଲ ଟାୱାରକୁ ଖାଲି କରାଗଲା। ଏହାର ୩ଟି ଜାକ ଫ୍ଲୋରକୁ ଖାଲି କରାଯାଇଛି। ପୋଲିସ ଓ ବୋମା ନିଷ୍କ୍ରିୟକାରୀ ଦଳ ତନ୍ନତନ୍ନ କରି ଯାଞ୍ଚ କରୁଛନ୍ତି। ବୋମାଥିବା ସୂଚନା ମିଳିବା ପରେ ତୁରନ୍ତ ୩ଟି ଫ୍ଲୋର ଏବଂ ରେଷ୍ଟୁରାଣ୍ଟରୁ ପର୍ଯ୍ୟଟକଙ୍କୁ ଖାଲି କରିଦିଆଯାଇଥିଲା।

ଫ୍ରାନ୍ସର ପ୍ରତିକ ଭାବେ ଚିହ୍ନିତ ହେଉଉଥିବା ଏହି ଆଇଫେଲ ଟାୱାର ଗତ ବର୍ଷ ୬୨ ଲକ୍ଷ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥିଲା। ୮୮୭ ଜାନୁଆରୀ ମାସରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ୧୮୮୯ ମାର୍ଚ୍ଚ 31 ତାରିଖରେ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା। 1889ରେ ୱାର୍ଲଡ ଫେୟାରରେ ୨୦ ଲକ୍ଷ ଲୋକଙ୍କୁ ଆକର୍ଷିତ କରିଥିଲା ଆଇଫେଲ ଟାୱାର।

ଫ୍ରାନ୍ସରେ ଗତ କିଛି ମାସ ହେଲା ଆଇନ ଶୃଙ୍ଖ​ଳା ପରିସ୍ଥିତି ବିଗିଡ଼ିବାରେ ଲାଗିଛି । ଗତ ଜୁନ ୨୭ରେ ପୁଲିସ ଗୁଳିରେ ଜଣେ ଆଫ୍ରିକୀୟ ବଂଶୋଦ୍ଭବ ନାବାଳକ ମୃତ୍ୟୁବରଣ କରିବା ପରେ ସେଠାରେ ବ୍ୟାପକ ହିଂସା ଦେଖାଦେଇଥିଲା । ପରେ ଅନ୍ୟ ସହରକୁ ବ୍ୟାପିଥିଲା । ଏହି ଘଟଣାକୁ ନେଇ ଫ୍ରାନ୍ସର ୩ ଜଣ ପୁଲିସ କର୍ମୀଙ୍କ ଉପରେ ମାମଲା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.