ଆସନ୍ତା ୧୪ ତାରିଖରେ ଭାରତ-ଚୀନ ଆଲୋଚନା, LAC ବିବାଦର ସମାଧାନ ପାଇଁ ହେବ ବୈଠକ

ଆସନ୍ତା ୧୪ ତାରିଖରେ ଭାରତ-ଚୀନ ଆଲୋଚନା । LAC ବିବାଦର ସମାଧାନ ପାଇଁ ୧୯ତମ କର୍ପସ କମାଣ୍ଡରସ୍ତରୀୟ ବୈଠକ ହେବ ା ଲଦାଖର ଚୁସୁଲ-ମୋଲ୍ଡ ବଡର୍ରରେ ଉଭୟ ଦେଶ ମଧ୍ୟରେ କଥାବାର୍ତ୍ତା ହେବ ।

ଆସନ୍ତା ୧୪ ତାରିଖରେ ଭାରତ-ଚୀନ ଆଲୋଚନା । LAC ବିବାଦର ସମାଧାନ ପାଇଁ ୧୯ତମ କର୍ପସ କମାଣ୍ଡରସ୍ତରୀୟ ବୈଠକ ହେବ ା ଲଦାଖର ଚୁସୁଲ-ମୋଲ୍ଡ ବଡର୍ରରେ ଉଭୟ ଦେଶ ମଧ୍ୟରେ କଥାବାର୍ତ୍ତା ହେବ । ଭାରତୀୟ ପ୍ରତିନିଧି ଦଳର ନେତୃତ୍ବ ନେବେ ଲେଫ୍ଟନାଲ ଜେନେରାଲ ରସିମ ବାଲି । ତାଙ୍କ ସହ ବୈଦେଶିକ ମନ୍ତ୍ରାଳୟ ଓ ଆଇଟିବିପି ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ ।

ଏଥିରେ ପୂର୍ବ ଲଦାଖର ଡେପସାଙ୍ଗ ଓ ଡେମଚୋପ ଅଞ୍ଚଳରୁ ସେନା ପ୍ରତ୍ୟାହାର ପାଇଁ ଚୀନ ଉପରେ ଚାପ ପକାଇବ ଭାରତ । ତେବେ ପୂର୍ବ ବୈଠକରେ ଭାରତର ଏହି ଦାବିକୁ ଚୀନ ଖଣ୍ଡନ କରି ଆସୁଛି । ୧୪ ତାରିଖ ବୈଠକରେ ଏହା ଉପରେ କଣ ନିଷ୍କର୍ସ ବାହାରିବ ତା ଉପରେ ସମସ୍ତଙ୍କ ନଜର ରହିଛି । ସେହିପରି ବୈଠକରେ ଦୁଇ ଦେଶ ମଧ୍ୟରେ ଶାନ୍ତି ବଜାୟ ରଖିବା ସହ ଦ୍ବିପାକ୍ଷିକ ସମ୍ପର୍କ ସୁଧାରିବାକୁ ପ୍ରୟସ କରାଯିବ ।

ସୀମା ସ୍ଥିତି ନେଇ ବି ଆଲୋଚନା ହେବ । ୪ ବର୍ଷ ହେବ ଦୁଇ ଦେଶ ମଧ୍ୟରେ ସୀମା ବିବାଦ ଲାଗି ରହିଛି । ୨୦୨୦ ଜୁନରେ ଗଲୱାନ ଘାଟିରେ ଦୁଇ ଦେଶର ସୈନ୍ୟ ମୁହଁମୁହିଁ ହୋଇଥିଲେ । ଏଥିରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିବା ବେଳେ ଅନେକ ଚୀନ ସୈନ୍ୟ ନିହତ ହୋଇଥିଲେ ।

ଏହା ପରଠୁ ଉଭୟ ଦେଶ ଭିତରେ ସମ୍ପର୍କ ବିଗିଡିଥିଲା । ସୀମାରେ ଉତ୍ତେଜନା ହ୍ରାସ ନ ହେବା ଯାଏ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ସୁଧାର ଆସିବନି ବୋଲି ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କହିଆସୁଛନ୍ତି । ଲଦାଖରେ ଏବେ ବି ଉଭୟ ଦେଶ ୫୦ ହଜାରରୁ ଅଧିକ ସୈନ୍ୟ ଓ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ମୁତୟନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.