Below header

ନିଲମ୍ବନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରି ପାରନ୍ତି କଂଗ୍ରେସ ସାଂସଦ ଅଧୀର ରଂଜନ ଚୌଧୁରୀ

ନିଲମ୍ବନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରି ପାରନ୍ତି କଂଗ୍ରେସ ସାଂସଦ ତଥା ଲୋକସଭାରେ ବିରୋଧୀ ଦଳ ନେତା ଅଧୀର ରଂଜନ ଚୌଧୁରୀ।

ନୂଆଦିଲ୍ଲୀ : ନିଲମ୍ବନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରି ପାରନ୍ତି କଂଗ୍ରେସ ସାଂସଦ ତଥା ଲୋକସଭାରେ ବିରୋଧୀ ଦଳ ନେତା ଅଧୀର ରଂଜନ ଚୌଧୁରୀ। ଅଗଷ୍ଟ ୧୦ରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ ଦିନ ତାଂକୁ ଲୋକସଭାରୁ ନିଲମ୍ବନ କରାଯାଇଥିଲା। ମଣିପୁର ପ୍ରସଙ୍ଗରେ ମୋଦିଂକ ନିରବତାକୁ ସେ ନିରବ ମୋଦି ବୋଲି କହିଥିଲେ।

ଏଥିପାଇଁ ସେ କ୍ଷମା ମାଗନ୍ତୁ ବୋଲି ଶାସକ ବିଜେପି କହିଥିଲା। କ୍ଷମା ପ୍ରାର୍ଥନା ନକରିବାରୁ ତାଂକୁ ନିଲମ୍ବନ କରାଯାଇଥିଲା। ଏହା ବିରୋଧରେ ସୁପ୍ରିମକୋର୍ଟ ଯିବାକୁ ବିଚାର କରୁଛନ୍ତି ଅଧୀର ରଂଜନ ଚୌଧୁରୀ। ବିରୋଧୀଙ୍କ ସ୍ବରକୁ ଜାଣିଶୁଣି ଚାପି ଦେବା ପାଇଁ ଶାସକ ଦଳର ଏହା ଏକ ଡିଜାଇନ ବୋଲି କହିଛନ୍ତି ଅଧୀର ରଂଜନ। ଏଭଳି ଘଟଣା ସେ କେବେ ରାଜନୈତିକ କ୍ୟାରିଅରରେ ଦେଖି ନଥିବା କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.