Below header

ଏସୀୟ କ୍ରୀଡ଼ାରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ, ଷ୍ଟିପଲଚେଜରେ ଅବିନାଶ ସାବଲେ ଜିତିଲେ ସ୍ୱର୍ଣ୍ଣ

ଚଳିତ ଏସୀୟ କ୍ରୀଡ଼ାରେ ଆଥଲେଟିକ୍ସରେ ପ୍ରଥମ ସ୍ୱର୍ଣ୍ଣ ମିଳିଛି । ୩୦୦୦ମିଟର ଷ୍ଟିପଲଚେଜରେ ଭାରତର ଅବିନାଶ ସାବଲେ ସ୍ୱର୍ଣ୍ଣ ଜିତିଛନ୍ତି ।

ଚୀନର ହାଙ୍ଗଝୌରେ ଚାଲିଥିବା ଏସୀୟା କ୍ରୀଡ଼ାରେ ଭାରତକୁ ୧୨ତମ ସ୍ୱର୍ଣ୍ଣ ମିଳିଛି । ଚଳିତ ଏସୀୟ କ୍ରୀଡ଼ାରେ ଆଥଲେଟିକ୍ସରେ ପ୍ରଥମ ସ୍ୱର୍ଣ୍ଣ ମିଳିଛି । ୩୦୦୦ମିଟର ଷ୍ଟିପଲଚେଜରେ ଭାରତର ଅବିନାଶ ସାବଲେ ସ୍ୱର୍ଣ୍ଣ ଜିତିଛନ୍ତି । ଅବିନାଶ ୮:୧୯:୫୦ ସମୟ ନେବା ସହିତ ପ୍ରଥମ ସ୍ଥାନ ଅକ୍ତିଆର କରିଥିଲେ । ୧୨ ସ୍ବର୍ଣ୍ଣ, ୧୬ ରୌପ୍ୟ ଓ ୧୬ ବ୍ରୋଞ୍ଜ ପଦକ ଜିତିଛି ଭାରତ । ଏଥିସହ ପଦକ ସଂଖ୍ୟା ୪୪କୁ ବୃଦ୍ଧି ପାଇଛି ।

ପୁରୁଷ ଟ୍ରାପ ଟିମ ଇଭେଣ୍ଟରେ ଏହି ସଫଳତା ମିଳିଛି । ପୁରୁଷ ଟ୍ରାପ୍ ଟିମ୍ ଇଭେଣ୍ଟରେ ପୃଥବୀରାଜ ଟୋଣ୍ଡାଇମାନ, କିନାନ ଚେନ୍ନାଇ, ଜୋରାବର ସିଂ ସାନ୍ଧୁ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।  ମହିଳା ଟ୍ରାପ ଇଭେଣ୍ଟରେ ରୌପ୍ୟ ଜିତଛି ଭାରତ। ଏପଟେ ଗଲ୍ଫରେ ରୌପ୍ୟ ଜିତିଛି ଭାରତ । ଏସୀୟ ଖେଳ ଇତିହାସରେ ପ୍ରଥମ ଥର ପାଇଁ ଜଣେ ମହିଳା ଗଲ୍ଫର୍ ଭାରତ ପାଇଁ ପଦକ ଜିତିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.