ଆଜି ମହିଳା ଟି-ଟ୍ବେଣ୍ଟି ବିଶ୍ୱକପ୍ ଫାଇନାଲ, ଟାଇଟଲ୍ ଲଢ଼େଇରେ ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ ଓ ଆୟୋଜକ ଦକ୍ଷିଣ ଆଫ୍ରିକା
ପାଞ୍ଚ ଥର ବିଶ୍ୱ ଚାମ୍ପିଅନ୍ ଅଷ୍ଟ୍ରେଲିଆ ଟାଇଟଲ୍ ଦାବିଦାର ରହିଛି । କ୍ରମାଗତ ତୃତୀୟ ଥର ଟାମ୍ପିଅନ୍ ଲକ୍ଷ୍ୟରେ ରହିଛି କଙ୍ଗାରୁ ଦଳ । ଅନ୍ୟପଟେ ପ୍ରଥମ ଥର ବିଶ୍ୱକପ୍ ଫାଇନାଲ୍ ଯାଇଛି ଦକ୍ଷିଣ ଆଫ୍ରିକା ।
କେନ୍ୟୁଜ୍(ବ୍ୟୁରୋ): ଆଜି ମହିଳା ଟି-ଟ୍ବେଣ୍ଟି ବିଶ୍ୱକପ୍ ଫାଇନାଲ । ଟାଇଟଲ୍ ଲଢ଼େଇରେ ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚାମ୍ପିଅନ୍ ଅଷ୍ଟ୍ରେଲିଆ ଓ ଆୟୋଜକ ଦକ୍ଷିଣ ଆଫ୍ରିକା । କେପଟାଉନରେ ସନ୍ଧ୍ୟା ସାଢ଼େ ୬ଟାରେ ଏହି ମ୍ୟାଚ୍ ଖେଳାଯିବ । ପାଞ୍ଚ ଥର ବିଶ୍ୱ ଚାମ୍ପିଅନ୍ ଅଷ୍ଟ୍ରେଲିଆ ଟାଇଟଲ୍ ଦାବିଦାର ରହିଛି । କ୍ରମାଗତ ତୃତୀୟ ଥର ଟାମ୍ପିଅନ୍ ଲକ୍ଷ୍ୟରେ ରହିଛି କଙ୍ଗାରୁ ଦଳ । ଅନ୍ୟପଟେ ପ୍ରଥମ ଥର ବିଶ୍ୱକପ୍ ଫାଇନାଲ୍ ଯାଇଛି ଦକ୍ଷିଣ ଆଫ୍ରିକା ।
ଘରୋଇ ପରିବେଶରେ ଖେଳୁଥିବାରୁ ବିଶ୍ୱକପ୍ ଟ୍ରଫି ହାତେଇବା ନେଇ ରଣନୀତି କରିଛି । ସେମିରେ ଭାରତକୁ ୫ ରନରେ ହରାଇ ଫାଇନାଲ୍ ଯାଇଥିଲା ଅଷ୍ଟ୍ରେଲିଆ । ସେହିପରି ଇଂଲଣ୍ଡକୁ ୬ ରନରେ ପରାସ୍ତ କରି ଫାଇନାଲ୍ ଟିକେଟ ହାତେଇଥିଲା ଦକ୍ଷିଣ ଆଫ୍ରିକା । ଅଷ୍ଟ୍ରେଲିଆରେ ଅଭିଜ୍ଞ ଖେଳାଳି ଅଛନ୍ତି । ଯେକୌଣସି ଦଳକୁ ହରାଇବାର କ୍ଷମତା ରଖିଛି ମହିଳା କଙ୍ଗାରୁ ବାହିନୀ । ଆଜିର ଫାଇନାଲ୍ ମୁକାବିଲା ବେଶ ରୋମାଞ୍ଚକର ହେବ ଆଶା କରାଯାଉଛି ।