Below header

ଚର୍ଚ୍ଚାରେ ରହିଛି ରନ ଆଉଟ, ବ୍ୟାଟ୍ସମ୍ୟାନ କିଭଳି ଆତ୍ମଘାତୀ ଢଙ୍ଗରେ କଲେ ରନ ଆଉଟ

ନୂଆଦିଲ୍ଲୀ : ଅବୁଧାବିରେ ଅଷ୍ଟ୍ରେଲିଆ-ପାକିସ୍ତାନ ଦ୍ୱିତୀୟ ଟେଷ୍ଟରେ ରନ ଆଉଟକୁ ନେଇ ଚାରିଆଡେ ଚର୍ଚ୍ଚା । ଜଣେ ବ୍ୟାଟ୍ସମ୍ୟାନ କିଭଳି ଆତ୍ମଘାତୀ ଢଙ୍ଗରେ ରନ ଆଉଟ ହୁଏ ତାର ଉଦାହାରଣ ସୃଷ୍ଟି କରିଛନ୍ତି ପାକ ବ୍ୟାଟ୍ସମ୍ୟାନ୍‌ ଆଝାର ଅଲ୍ଲୀ । ଏହି ରନ୍‌ ଆଉଟର ଭିଜୁଆଲ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ବ୍ୟାଟ୍ସମ୍ୟାନ ଭାବିଲେ ଚୌକା ମାରିଛନ୍ତି । ସାଥୀ ଖେଳାଳିଙ୍କ ସହ କରମର୍ଦ୍ଦନ କରିବାକୁ ଆସିଲେ । ହେଲେ ବଲ ବାଉଣ୍ଡରୀ ଓ୍ଵାଲ ଛୁଇଁନଥିଲା । ପ୍ରତିପକ୍ଷ ଖେଳାଳି ସଜାଗ ଥିଲେ । ବ୍ୟାଟ୍ସମ୍ୟାନଙ୍କୁ ଚକମା ଦେଇ ରନ୍‌ ଆଉଟ କରି ପ୍ୟାଭିଲିଅନ ଫେରାଇ ଦେଲେ । ବ୍ୟାଟ୍ସମ୍ୟାନଙ୍କୁ ବି ଜଣା ନଥିଲା ସେ ରନ ଆଉଟ ହୋଇଛନ୍ତି ବୋଲି । ଏଭଳି ନିଆରା ରନ ଆଉଟ ଦେଖିବାକୁ ମିଳିଛି ଅବୁଧାବିରେ ଚାଲିଥିବା ଅଷ୍ଟ୍ରେଲିଆ-ପାକିସ୍ତାନର ଦ୍ୱିତୀୟ ଟେଷ୍ଟ ମ୍ୟାଚର ତୃତୀୟ ଦିନରେ ।

azhar 2

ସେତେବେଳେ କ୍ରିଜରେ ଥିଲେ ପାକିସ୍ତାନର ଆଝାର ଅଲ୍ଲୀ ଓ ଆସାଦ ସଫିକ । ଇନିଂସରେ ୫୩ ଓଭରରେ ବୋଲିଂ କରୁଥିଲେ ଅଷ୍ଟ୍ରେଲିଆର ପିଟର ସିଡଲ । ତାଙ୍କୁ ସାମ୍ନା  କରୁଥିଲେ ଆଝାର ଅଲ୍ଲୀ । ପିଟରଙ୍କ ତୃତୀୟ ବଲରେ ଆଝାର ଅପସାଇଡକୁ ହିଟ କରିଥିଲେ । ବଲ ବାଉଣ୍ଡରୀ ଓ୍ଵାଲ ଆଡକୁ ଗଡିଚାଲିଥିଲା । ଆଝାର ଭାବିଥିଲେ ସେ ଚୌକା ମାରିଛନ୍ତି । କ୍ରିଜ ମଝିକୁ ଆସି ସାଥୀ ଖେଳାଳିଙ୍କ ସହ କଥା ହେଉଥିଲେ । ସେପଟେ ବଲ ଥାର୍ଡ ମ୍ୟାନ ଆଡ଼କୁ ଯାଇ ଅଟକି ଥିଲା । ଏହି ସମୟରେ ମିଚେଲ ଷ୍ଟ୍ରୋକ ବଲକୁ କିପର ଟିମ ପୈନକୁ ଫିଙ୍ଗିଥିଲେ । ଆଉ ବିଳମ୍ବ ନ କରି ଟିମ ପେନ ଆଝାରଙ୍କୁ ରନ ଆଉଟ କରିଥିଲେ ।

Azhar-Ali

ଏହା ପରେ ଅଷ୍ଟ୍ରେଲିଆ ଟିମ ଉତ୍ସବ ମନାଇଥିଲା । ତେବେ ଆଝାର କିଛି ବୁଝି ପାରିନଥଲେ । ପରେ ଆଉଟ ହେବା କଥା ଜଣାପଡ଼ିଥିଲା ।  ଦ୍ୱିତୀୟ ଇଂନିସରେ ଆଝାର ୬୪ ରନ କରିଥିଲେ । ଆଝାରଙ୍କ ଆଉଟ ସହ ପାକ ଟିମକୁ ବଡ ଝଟକା ଲାଗିଥିଲା । ବଡ ପାର୍ଟନରସିପ ଉପରେ ବ୍ରେକ ଲାଗିଥିଲା । ସେପଟେ ଆଝାର ଆଉଟ ହୋଇ ପ୍ୟାଭିଲିଆନ ଫେରିବା ବେଳେ ଡ୍ରେସିଂ ରୁମରେ ପାକିସ୍ତାନ କୋଚ ମିକି ଆର୍ଥର ମୁଣ୍ଡ ହଲାଇ ଆଝାରଙ୍କ ଆଡ଼କୁ ଚାହୁଁଥିଲେ ।

ଅତ୍ୟାଧିକ ଆତ୍ମବିଶ୍ୱାସ ଯୋଗୁଁ ଆଝରଙ୍କୁ ବହୁ ମୂଲ୍ୟ ହରାଇବାକୁ ପଡିଲା । ସେପଟେ ଆଝାର ରନ ଆଉଟ ଖବର ଓ ଭିଜୁଆଲ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । କିଛି ପ୍ରଶଂସକ ଆଝାରଙ୍କୁ ସମାଲୋଚନା କରୁଥିବା ବେଳେ କ୍ରିକେଟରେ ଏଭଳି କିଛି ହୁଏ ବୋଲି କିଛି ଲୋକ ମତ ଦେଇଛନ୍ତି । କି୍ରକେଟ ମ୍ୟାଚରେ ରନ ଆଉଟ କିଛି ନୂଆ କଥା ନୁହେଁ । ପୂର୍ବରୁ ବି ଏପରି କିଛି ରନ ଆଉଟ ହୋଇଛି । ଯାହାକୁ ନିଜେ ଖେଳାଳି କି ପ୍ରସଂଶକ ଭୁଲିପାରିନାହାନ୍ତି । ତେବେ ଆଝାରଙ୍କ ରନ ଆଉଟ ଏବେ ଅନ୍ୟ ବ୍ୟାଟ୍ସମ୍ୟାନକୁ ସତର୍କ କରିଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.