ଆରମ୍ଭ ହୋଇଛି ଜାତୀୟ ବିଶ୍ୱ ବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା

ଭୁବନେଶ୍ବର (କେନ୍ଯୁଜ୍) : କିଟ୍‌ ବିଶ୍ୱବିଦ୍ୟାଳୟ ପରିସରରେ ଜାତୀୟ ବିଶ୍ୱ ବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହୋଇଛି । ଏଥିରେ ଦେଶର ୧୬୩ ବିଶ୍ୱବିଦ୍ୟାଳୟରୁ ୩୫ଶହ ପ୍ରତିଯୋଗୀ, ଅଫିସିଆଲ, ମ୍ୟାନେଜର ଓ କୋଚ୍‌ଙ୍କୁ ମିଶାଇ ପ୍ରାୟ ୬ହଜାର ପ୍ରତିନିଧି ଯୋଗ ଦେଇଛନ୍ତି । ଚାରିଦିନ ଧରି ଚାଲିବାକୁ ଥିବା ଏହି କ୍ରୀଡା ପ୍ରତିଯୋଗିତା କିଟ୍‌ର ବିଭିନ୍ନ କ୍ୟାମ୍ପସରେ ଅନୁଷ୍ଠିତ ହେଉଛି । ଏଥିରେ ବ୍ୟାଡମିଣ୍ଟନ(ମହିଳା), ଟେନିସ୍‌(ପୁରୁଷ ଓ ମହିଳା), ଭଲିବଲ, ବାସ୍କେଟବଲ ଓ ହକି ପ୍ରତିଯୋଗିତା ଅନୁଷ୍ଠିତ ହେଉଛି ।

କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ଏହି କ୍ରୀଡା ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମରେ ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘର ପର୍ଯ୍ୟବେକ୍ଷକ ନୀଲ କମଲ ରାୟ, କିଟ୍‌ ବିଶ୍ୱବିଦ୍ୟାଳୟର କୁଳସଚିବ ଡ.ସସ୍ମିତାରାଣୀ ସାମନ୍ତ, କିଟ୍‌ କ୍ରୀଡା ନିର୍ଦ୍ଦେଶକ ଡ. ଗଗନେନ୍ଦୁ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.