Below header

ଭାରତକୁ ହରାଇ ୧୯ ବର୍ଷରୁ କମ୍‌ ଆଇସିସି ବିଶ୍ୱକପ୍‌ରେ ନୂଆ ଚାମ୍ପିଅନ୍‌ ହେଲା ବାଂଲାଦେଶ

ପୋଚେଫଷ୍ଟମ୍‌ (ଦକ୍ଷିଣ ଆଫ୍ରିକା) : ୧୯ ବର୍ଷରୁ କମ୍‌ ଆଇସିସି ବିଶ୍ୱକପ୍‌ରେ ନୂଆ ଚାମ୍ପିଅନ୍‌ ହୋଇଛି ବାଂଲାଦେଶ । ଆଜି ଗତଥର ଚାମ୍ପିଅନ୍‌ ଭାରତକୁ ୩ ଓ୍ଵିକେଟ୍‌ରେ ହରାଇ ବାଂଲାଦେଶ ଟ୍ରଫି ହାସଲ କରିଛି । ଶେଷ ଭାଗରେ ବର୍ଷା ଯୋଗୁଁ ଲାଗୁ ହେଲା ଡିଏଲ୍‌ ପ୍ରଣାଳୀ । ଏଥିରେ ବାଂଲାଦେଶ ପାଇଁ ଟାର୍ଗେଟ୍‌ ବଦଳି ୪୬ ଓଭର୍‌ରେ ୧୭୦ ରନ୍‌ କରିବା ଦରକାର ହେଉଥିଲା । ଯାହାକୁ ବାଂଲାଦେଶ ଦଳ ୪୨.୧ ଓଭର୍‌ରେ ହାସଲ କରି ନେଇଥିଲା ।
ପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୧୭୭ ରନ୍‌ କରି ଅଲ୍‌ଆଉଟ୍‌ ହୋଇଥିଲା । ଖରାପ ବ୍ୟାଟିଂ ପରେ ପ୍ରଥମରୁ ଖରାପ ବୋଲିଂ ମଧ୍ୟ କରିଥିଲା । ଯାହାଫଳରେ ବାଂଲାଦେଶ ଫାଇନାଲ୍‌ ମ୍ୟାଚ୍‌ ଜିତିବା ସହଜ ହୋଇଗଲା । ଅବଶ୍ୟ ବର୍ଷା ପୂର୍ବରୁ ବାଂଲାଦେଶ ୭ ଓ୍ଵିକେଟ୍‌ ହରାଇ ୧୬୪ ରନ୍‌ କରି ବିଜୟ ପାଇଁ ସଂଘର୍ଷ କରୁଥିଲା । ତେବେ ଦଳକୁ ଜିତାଇବାରେ ପ୍ରମୁଖ ଭୂମିକା ନେଇଥିଲେ ଅଧିନାୟକ ଆକବର ଅଲୀ। ଯିଏ ଅପରାଜିତ ୪୩ ରନ୍‌ କରିଥିଲେ । ପୂର୍ବରୁ ଓପ୍ନର ହୋସେନ୍‌ ଇମନ୍‌ ୪୭ ରନ୍‌ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.