ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଫୁଲବାଣୀରେ ଆୟୋଜିତ ହେଲା ‘କାଦମ୍ବିନୀ ସାହିତ୍ୟ ମହୋତ୍ସବ’

ଫୁଲବାଣୀ (କେ ନ୍ୟୁଜ୍‌) : କନ୍ଧମାଳବାସୀଙ୍କ ସ୍ନେହ, ଶ୍ରଦ୍ଧା ଏବଂ ବିପୁଳ ଜନସମାଗମ ଭିତରେ ଫୁଲବାଣୀ ବିଜୁ ସ୍ମୃତି କଲ୍ୟାଣ ମଣ୍ଡପରେ ଆୟୋଜିତ ହୋଇଛି ‘କାଦମ୍ବିନୀ ସାହିତ୍ୟ ମହୋତ୍ସବ’। ସାମିଲ ହୋଇଥିଲେ କନ୍ଧମାଳ ଓ ବୌଦ୍ଧ ଜିଲ୍ଲାର ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ । କାଦମ୍ବିନୀର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତ ସ୍ୱାଗତ ଭାଷଣ ରଖିଥିଲେ। ଆଜିର ମହୋତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ପୂର୍ବତନ ସାଂସଦ ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ର ଓ ଜିଲ୍ଲାପାଳ ଡ. ବୃନ୍ଦା ଡି। ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ପୁଲବାଣୀ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଆକାଂକ୍ଷା ପ୍ରଧାନ, ସାହିତ୍ୟିକା ପ୍ରବୀଣା ମହାନ୍ତି, ସୁଷମା ମିଶ୍ର ଓ ଜୟନ୍ତୀ ରଥ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। ଡ. ବୃନ୍ଦାଙ୍କ ମତ ଥିଲା, ସାମାଜିକ ଗଣମାଧ୍ୟମ ଯୋଗୁଁ ପଠନ ଅଭ୍ୟାସ କମୁଛି। ସେପଟେ ଫୁଲବାଣୀରେ ପ୍ରଥମ ଥର ଲାଗି ଏଭଳି ଏକ ବିରାଟ ସାହିତ୍ୟ ମହୋତ୍ସବ ଅନୁଷ୍ଠିତ ହୋଇଥିବାରୁ ସମସ୍ତେ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ସହ କାଦମ୍ବିନୀ ସମ୍ପାଦିକା ଡ. ଇତି ସାମନ୍ତଙ୍କୁ ଧନ୍ୟବାଦ ଜଣାଇ ଥିଲେ।ଏହି ଅବସରରେ କାଦମ୍ବିନୀର ବୌଦ୍ଧ କନ୍ଧମାଳର ସ୍ୱତନ୍ତ୍ର ସଂସ୍କରଣ ଉନ୍ମୋଚିତ ହୋଇଥିଲା। ପ୍ରଛଦ ପଟ୍ଟରେ ସ୍ଥାନ ପାଇଛନ୍ତି କନ୍ଧମାଳର ଦୁଇଟି ଝିଅ। ଉଭୟ ହେଉଛନ୍ତି କିସ୍‌ର ଛାତ୍ରୀ
ଓଡ଼ିଶାର ପ୍ରଥମ ସମ୍ପୂର୍ଣ୍ଣ ପାରିବାରିକ ତଥା ଲୋକପ୍ରିୟ ପତ୍ରିକା କାଦମ୍ବିନୀ ପକ୍ଷରୁ ସାହିତ୍ୟ ଅନୁରାଗୀଙ୍କ ପାଇଁ କେବଳ ଭୁବନେଶ୍ୱର ନୁହେଁ ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ସ୍ୱତନ୍ତ୍ର ସାହିତ୍ୟ ମହୋତ୍ସବର ଆୟୋଜନ କରାଯାଉଛି। ଏଥର ଫୁଲବାଣୀରେ ଆୟୋଜିତ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.