Below header

ଆଫଗାନିସ୍ତାନ ସାମ୍ନାରେ ୨୬୩ରନର ଟାର୍ଗେଟ ରଖିଲା ବାଂଲାଦେଶ

ଇଂଲଣ୍ଡ : ଆଜି ଆଇସିସି ବିଶ୍ବ କପ ୨୦୧୯ର ୩୧ତମ ମ୍ୟାଚ ସାଉଥମ୍ପଟନରେ ଆଫଗାନିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଛି। ଆଫଗାନିସ୍ତାନ ଟସ ଜିତି ପ୍ରଥମେ ଫିଲଡିଂ କରିବାର ନିର୍ଣ୍ଣୟ ନେଇଥିଲା। ଆଉଟଫିଲ୍ଡ ଓଦା ଥିବାରୁ ଆଜି ମ୍ୟାଚ ୧୦ ମିନିଟ ବିଳମ୍ବରେ ଆରମ୍ଭ ହୋଇଥିଲା। ଅଲରାଉଣ୍ଡର ମୁସ୍କିକର ରହିମ୍ ପାଇଁ ଟିମ୍ ନିର୍ଦ୍ଦାରିତ ଓଭରରେ ୭ ୱେିକେଟ ହରାଇ ୨୬୨ ରନ୍ କରିବାରେ ସଫଳ ହୋଇଥିଲା।

ମୁସ୍କିକର ରହିମ୍ ୮୩ରନ୍ କରିଥିବା ବେଳେ ସାକିବ୍ ଅଲ ହାସନ୍ କରିଥିଲେ ୫୧ ରନ୍। ଏହା ବ୍ୟତୀତ ତମିମ୍ ଏବଂ ମୋସାଦେକ୍ ୩୬ ଏବଂ ୩୫ ରନ୍ କରି ଦଳକୁ ଏକ ବିଶାଳ ରନ୍ କରିବାରେ ସାହାଯ୍ୟ କରିଥିଲେ।

ଲଗାତାର ୬ମ୍ୟାଚ ହାରୁଥିବା ଆଫଗାନିସ୍ତାନ ଟିମ୍ ସେମିଫାଇନାଲରୁ ଦୌଡରୁ ବାହାର ହୋଇସାରିଛି। କିନ୍ତୁ ଏହା ପରେ ମଧ୍ୟ ବିଗତ ମ୍ୟାଚରେ ଆଫଗାନିସ୍ତାନ ଭାରତକୁ କଡ଼ା ଟକ୍କର ଦେଖିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.