ପଡୋଶୀ ପାକିସ୍ତାନକୁ ସପୋର୍ଟ କଲେ ଭାରତୀୟ ପ୍ରଶଂସକ, ସୋସିଆଲ ମିଡିଆରେ ଫଟୋ ହେଉଛି ଭାଇରାଲ୍

ନୂଆଦିଲ୍ଲୀ : ଭାରତ ଓ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ମଧ୍ୟରେ ଖେଳ ମଇଦାନରେ ଯେତେବେଳେ କୌଣସି ମୁକାବିଲା ହୋଇଥାଏ, ସେତେବେଳେ ଦୁଇ ଦେଶର ଫ୍ୟାନ୍ସଙ୍କ ମଧ୍ୟରେ ଏକ ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖିବାକୁ ମିଳିଥାଏ। ଫ୍ୟାନମାନେ ନିଜ ନିଜର ଦେଶକୁ ସମର୍ଥନ କରନ୍ତି, କିନ୍ତୁ ଦକ୍ଷିଣ ଆଫ୍ରିକା ବିପକ୍ଷ ବିଶ୍ୱକପ୍ ମ୍ୟାଚରେ ପାକିସ୍ତାନକୁ ଭାରତର ସହଯୋଗ ମିଳିଥିଲା।

ଐତିହାସିକ ଲର୍ଡ୍ସ ମଇଦାନରେ ପାକିସ୍ତାନ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲା। ଭାରତଠାରୁ ମିଳିଥିବା ପରାଜୟ ପରେ ପାକିସ୍ତାନ ଫ୍ୟାନ୍ ଅତ୍ୟଧିକ ରାଗି ଯାଇଥିଲେ। କିନ୍ତୁ ରବିବାର ବିଜୟ ପରେ କିଛି ପ୍ରଶଂସକଙ୍କୁ କ୍ୟାପଟେନ୍ ସର୍ଫରାଜ ଅହମ୍ମଦଙ୍କ ସହ ଫଟୋ ଉଠାଉଥିବା ଦେଖିବାକୁ ମିଳିଥିଲା। ସେ ଅନେକ ଫ୍ୟାନ୍ସଙ୍କୁ ଅଟୋଗ୍ରାଫ୍ ମଧ୍ୟ ଦେଇଥିଲେ।

କ୍ରିକେଟ୍ ବିଶ୍ୱକପର ଅଫିସିଆଲ୍ ଟ୍ୱିଟର୍ ହ୍ୟାଣ୍ଡଲରେ କିଛି ଫଟୋ ଶେୟାର କରାଯାଇଛି। ଏଥିରେ ଏକ ଫଟୋରେ ଭାରତୀୟ ପ୍ରଶଂସକ ପୋଷ୍ଟର ଧରି ଛିଡ଼ା ହୋଇଥିଲେ, ଯେଉଁଥିରେ ଲେଖାଥିଲା ପଡୋଶୀକୁ ସପୋର୍ଟ, କମ୍ ଅନ୍ ପାକିସ୍ତାନ। ଏଥିରେ ଦୁଇ ପାକିସ୍ତାନୀ ଫ୍ୟାନ ମଧ୍ୟ ନଜର ଆସିଥିଲେ।

indiaଏହି ଫଟୋରେ କିଛି ଲୋକେ ଖେଳଭାବନା ଦେଖାଇଥିବା କଥା କହିଛନ୍ତି। ଅନ୍ୟ ଏକ ଫଟୋରେ ପାକିସ୍ତାନ ଓ ଭାରତର ଜର୍ସି ପିନ୍ଧିଥିବା ଦୁଇଜଣ ଯୁବକ ପାକିସ୍ତାନ ଧ୍ୱଜା ଧରି ଷ୍ଟାଡିୟମରେ ଛିଡ଼ା ହୋଇଥିଲେ।

ମ୍ୟାଞ୍ଚେଷ୍ଟରରେ ଜୁନ୍ ୧୬ ତାରିଖରେ ଖେଳାଯାଇଥିବା ବିଶ୍ୱକପ୍ ମୁକାବିଲାରେ ଭାରତ ପାକିସ୍ତାନକୁ ହରାଇଥିଲା, ଯାହା ପରେ କ୍ରିକେଟ୍ ପ୍ରଶଂସକ ମଧ୍ୟ ସୋସିଆଲ ମିଡିଆରେ ନିଜର ବିଚାର ବ୍ୟକ୍ତ କରିଥିଲେ। ଏବେ ବିଜୟ ପରେ ଅଧିନାୟକ ସର୍ଫରାଜଙ୍କୁ ପ୍ରଶଂସକଙ୍କ ଭରପୂର ସମର୍ଥନ ମିଳିଛି।

ରବିବାର ଦିନ ଲଡ୍ସରେ ପାକିସ୍ତାନ ସାଉଥ୍ ଆଫ୍ରିକା ଠରେୁ ଜିତିବା ପରେ ଅଧିନାୟକ ସରଫରାଜ ଅହମ୍ମଦଙ୍କ ଏକ ଭିଡିଓ ଭାଇରାଲ ମଧ୍ୟ ୱାଲର୍ଡ କପ୍ ଅଫିସିଆଲ ଟ୍ବିଟର ହ୍ୟାଣ୍ଡେଲରେ ସେୟାର କରାଯାଇଛି। ଏହି ଭିଡିଓରେ ଦେଖାଯାଇଛି ଯେ ସେ ନିଜର ଫ୍ୟାନ୍ସଙ୍କ ସହିତ ଫଟୋ କ୍ଲିକ କରିଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.