ଆଇପିଏଲରେ ମିଷ୍ଟ୍ରୀ ଗାର୍ଲ, ଦିଲ୍ଲୀ-କୋଲକତା ମ୍ୟାଚରେ ଫ୍ୟାନ୍ସଙ୍କ ମନ ଜିଣିଲେ ଯୁବତୀ

ଆଇପିଏଲ୍‌ ଆରମ୍ଭ ହେଲେ ଖେଳାଳି ତ ଖେଳାଳି ଫ୍ୟାନ୍ସ ପୁରା ପାଗଳ ହୋଇପଡନ୍ତି। ରୋମାଞ୍ଚ ଭରା ମ୍ୟାଚରେ କେବଳ ଖେଳାଳି ନୁହେଁ କିଛି ଦର୍ଶକ ମଧ୍ୟ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥାନ୍ତି। କ୍ରିକେଟ ମ୍ୟାଚ୍‌ ଚାଲୁଥିବା ବେଳେ ଷ୍ଟାଡିୟମରେ ବସିଥିବା ଦର୍ଶକଙ୍କୁ ଭିତରୁ ମଜାଦାର ଲୋକ ହେଉ ଅବା ଭିଡିଓ କ୍ୟାମେରା ମ୍ୟାନ୍‌ ଦେଖାଇବାକୁ ଚେଷ୍ଟା କରନ୍ତି। ଆଉ ଦିନକୁ ଦିନ ଆଇପିଏଲ୍‌ ମ୍ୟାଚରେ ସୁନ୍ଦରୀ ଝିଅମାନଙ୍କୁ ଦେଖିବାକୁ ମିଳୁଛି। କିଏ କେଉଁ ଟିମ୍‌କୁ ଚିଅର କରିବା ପାଇଁ ଆସିଯାଉଛନ୍ତି, ତାହା ସମସ୍ତଙ୍କୁ ଅଜଣା।

ରବିବାର ଦିନ କୋଲକାତା ଏବଂ ଦିଲ୍ଲୀ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ଗ୍ୟାଲେରୀରେ ବସିଥିବା ଜଣେ ମିଷ୍ଟ୍ରୀ ଗାର୍ଲ ଦେଖା ଦେଇଥିଲେ । ଯାହାଙ୍କୁ କ୍ୟାମେରାମ୍ୟାନ୍ ବାରମ୍ବାର ଦେଖାଇଥିଲେ। ଆଉ ଯାହାଙ୍କ ଫଟୋ ସୋସିଆଲ ମିଡିଆରେ ଜବରଦସ୍ତ ଭାବେ ଭାଇରଲ ହୋଇଥିଲା। କିଛି ଲୋକ ଯୁବତୀଙ୍କ ସୁନ୍ଦରତା ଦେଖି ପ୍ରଶଂସା କରି କ୍ୟାମେରାମ୍ୟାନଙ୍କୁ ଧନ୍ୟବାଦ ଦେଇଥିଲେ। ଏହା ପ୍ରଥମ ଥର ପାଇଁ ନୁହେଁ, ପୂର୍ବରୁ ଅନେକ ଥର ଆଇପିଏଲ୍‌ରେ ଏମିତି କିଛି ସୁନ୍ଦରୀ ମିଷ୍ଟ୍ରି ଗାର୍ଲଙ୍କ ଫଟୋ ଭାଇରଲ ହୋଇଛି।

ମ୍ୟାଚ ସରିବା ପରେ ଫ୍ୟାନ୍ସ ଯୁବତୀଙ୍କ ଫଟୋକୁ ସୋସିଆଲ ମିଡିଆରେ ସେୟାର କରି ବିଭିନ୍ନ ପ୍ରକାର କମେଣ୍ଟ ଏବଂ ପ୍ରତିକ୍ରିୟା ଦେଉଛନ୍ତି। କିନ୍ତୁ ଏହି ଭାଇରଲ ହେଉଥିବା ଯୁବତୀ ଜଣକ କିଏ, ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ। କିନ୍ତୁ ଇଣ୍ଟରନେଟ ସେନସେସନ୍‌ ପାଲଟିଛନ୍ତି ଏହି ଯୁବତୀ।

ଏହି ମ୍ୟାଚରେ ଦିଲ୍ଲୀ ଚଳିତ ସିଜନର ସବୁଠୁ ବଡ଼ ସ୍କୋର ୨୧୫ ରନ୍ ସଂଗ୍ରହ କରିଥିଲା । ଜବାବରେ କୋଲକାତା ୧୭୧ ରନ କରି ପାରିଥିଲା ଏବଂ ଦିଲ୍ଲୀ ୪୪ ରନରେ ବିଜୟ ହାସଲ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.