ଏନପିସି ଓପନ ବଡି ବିଲ୍ଡିଂଗ ଚାମ୍ପିୟନସିପରେ ଓଡ଼ିଆ ପୁଅ ଜଗନ୍ନାଥ ଖୁଣ୍ଟିଆ ହେଲେ ମିଷ୍ଟର ଓଡିଶା

ଭୁବନେଶ୍ୱର(କେ ନ୍ୟୁଜ): ଭୁବନେଶ୍ୱର ରେଲୱେ ଷ୍ଟାଡିୟମରେ ଅନୁଷ୍ଠିତ ଏନପିସି ଓପନ ବଡି ବିଲ୍ଡିଂଗ ଚାମ୍ପିୟାନସିପରେ ଓଡ଼ିଆ ବଡି ବିଲ୍ଡିର କମାଲ କରି ଦେଖାଇଛନ୍ତି । ଓଡ଼ିଆ ପୁଅ ଜଗନ୍ନାଥ ଖୁଣ୍ଟିଆ ହେଲେ ମିଷ୍ଟର ଓଡିଶା । ସେ ଓଭରାଲ କ୍ୟାଟେଗୋରୀରେ ଚମ୍ପିୟନ୍ସ ହୋଇଛନ୍ତି । ଏହା ସହ ରନର୍ସପ ହୋଇଛନ୍ତି ସନ୍ତୋଷ କୁମାର ନାଥ । ଏହା ସହ ୱମେନ୍ସ ଫିଜିକ କ୍ୟାଟେଗୋରୀରେ ଓଡ଼ିଆ ଝିଅ ଜୋଷ୍ଣାରାଣୀଙ୍କୁ ମିଳିଲା ଗୋଲଡ଼ ମେଡାଲ | କେବଳ ଏତିକି ନୁହେଁ ଜୋଷ୍ଣାରାଣୀ ବେଷ୍ଟ ପୋଜର ଆୱାର୍ଡ ମଧ୍ୟ ହାତେଇଛନ୍ତି । ଏହି ଦିନିକିଆ ଏନପିସି ଓଡିଶା ବଡି ବିଲ୍ଡିଂ ଚମ୍ପିୟାନସିପରେ ଓଡିଶା ତଥା ଓଡିଶା ବାହାରରୁ ବଛା ବଛା ୬୦ ଜଣ ବଡିବିଲଡର ଯୋଗଦେଇଥିଲେ। ଯେଉଁଥିରେ ପୁରଷ ବର୍ଗରେ ୫୬ ଜଣ ଓ ମହିଳା ବର୍ଗରେ ୪ ଜଣ ବଡି ବିଲଡର ଅଂଶଗ୍ରହଣ କରିଥିଲେ।

ଏନପିସି ବଡି ବିଲ୍ଡିଂ ଚାମ୍ପିୟାନସିପ ଏନପିସି ଓଡିଶା ବଡି ବିଲ୍ଡିଂ ଫେଡରେସନ ଓ RR-27 ଦ୍ୱାରା ଆୟୋଜିତ ହୋଇଯାଇଛି । ରାଜ୍ୟର ଏହି ସର୍ବବୃହତ ବଡି ବିଲ୍ଡିଂ ଚମ୍ପିୟାନସିପ ପ୍ରଥମ ଥର ପାଇଁ ଆୟୋଜିତ ହୋଇଯାଇଛି। ଯେଉଁଥିରେ ଉଭୟ ମହିଳା ଓ ପୁରୁଷ ବର୍ଗରେ ୭ଟି କ୍ୟାଟେଗୋରୀରେ ଏହା ଖେଳାଯାଇଛି। ଯେଉଁଥିରେ ୱମେନ୍ସ ଫିଜିକ, ମେନ୍ସ କ୍ଲାସିକ ଫିଜିକ, ମେନ୍ସ ବଡି ବିଲ୍ଡିଂଗ, ମେନ୍ସ ଫିଜିକ ଓ ଷ୍ଟାର ବଡି ବିଲ୍ଡିଂ ଭଳି କ୍ୟାଟେଗୋରୀରେ ଏହି ପ୍ରତିଯୋଗିତା ଖେଳାଯାଇଥିଲା | ପ୍ରତିଯୋଗିତାରେ ୬ ଲକ୍ଷ ୫୦ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି। NPC ବଡି ବିଲ୍ଡିଂ ଫେଡରେସନ ବିଶ୍ୱର ଏକମାତ୍ର amateur ପ୍ରୋ ଲିଗ ଅର୍ଗାନାଇଜେସନ, ଯାହାକି IFBB (ଇଣ୍ଟନେସନାଲ ଫେଡରେସନ ଅଫ ବଡି ବିଲ୍ଡିଂ ଏଣ୍ଡ ଫିଟନେସ)ଦ୍ୱାରା ସ୍ୱୀକୃତି ପ୍ରାପ୍ତ। ଏହି ପ୍ରତିଯୋଗିତାକୁ ୫ ଜଣ ଜାତୀୟ ସ୍ତରର ଜଜ ପରିଚାଳନା କରୁଥିଲେ।ଏହି ପ୍ରତିଯୋଗିତାରେ ସଫଳ ପ୍ରତିଯୋଗୀ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି, ଯାହାକି ଆଗାମି ମେ ମାସରେ ଦିଲୀରେ ଖେଳାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.