ବ୍ଲକସ୍ତରୀୟ ଭଲିବଲ ଖେଳାଳି ଚୟନ ପ୍ରତିଯୋଗିତା, ଡକ୍ଟର ଅଚ୍ଯୁତ ସାମନ୍ତଙ୍କ ପ୍ରୟାସକୁ ମିଳୁଛି ପ୍ରଶଂସା

ଦାରିଙ୍ଗବାଡି(କେ ନ୍ଯୁଜ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକରେ ପ୍ରଥମ ଥର ପାଇଁ ଖେଳାଳି ଚୟନ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଏଭଳି ଏକ ନିଆର ପ୍ରୟାସ ଗାଁ ଗହଳିରେ ଲୁକାୟତ ଭାବେ ରହିଯାଉଥିବା କ୍ରୀଡା ପ୍ରତିଭା ମାନଙ୍କୁ ଲୋକ ଲୋଚନକୁ ଆଣିପାରିଛି। ବ୍ଲକ, ଜିଲ୍ଲା, ରାଜ୍ୟସ୍ତରରେ ନାମ ରଖିବା ପାଇଁ ଏହା ହେଉଛି କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ଏକ ଯୁଗାନ୍ତ ପ୍ରୟାସ ।

୧୦ଟି ଭଲିବଲ୍ ଖେଳାଳି ଟିମକୁ ନେଇ ଡଲାବାଡ଼ି ଭାରତ ପେଟ୍ରୋଲ ଟାଙ୍କି ନିକଟ ପଡିଆ ଠାରେ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ପ୍ରଥମେ ଦିନ ଦାସିଙ୍ଗିବାଡ଼ି ଜୁନ ଏ ସହିତ ସିମନବାଡ଼ି ଜୁନ ଏ ସହିତ ଖେଳ ଆରମ୍ଭ ହୋଇଥିଲା। ପରେ ଗଦାପୁର ଜୁନ ଏ ସହିତ ବ୍ରାହ୍ମଣୀଗାଁ ଜୁନ ଏ, ତାହାସହିତ ଦାସିଙ୍ଗିବାଡ଼ି ଜୁନ ବି ସହିତ ଗଦାପୁର ଜୁନ ବି ପରେ ସିମନବାଡ଼ି ଜୁନ ବି ସହିତ ବ୍ରାହ୍ମଣୀଗାଁ ଜୁନ ବି ସହିତ ଖେଳ ହୋଇଥିଲା। ।

badi

ଏହି କାର୍ଯ୍ଯକ୍ରମରେ ମୁଖ୍ଯ ସଂଯୋଜକ ଭାବେ ଦାରିଙ୍ଗବାଡି ସାଂସଦ ପ୍ରତିନିଧି ଖେତ୍ରିବଳ ନାୟକ, ବକ୍ତା ଭାବରେ କବି ବିଦେଶୀ ନାୟକ, ଅତିଥି ଭାବେ ଅଜିତ ସାହୁ, ଦାନୁକା ପ୍ରଧାନ, ପ୍ରମୋଦ କୁମାର ବେହେରା, ଉପସ୍ଥିତ ରହିବା ସହିତ କିସର ବ୍ଲକ ସଂଯୋଜକ ମୁକେଶ ନାୟକ, ଗଦାପୁର ସରପଞ୍ଚ ଆରତୀ ମଲ୍ଲିକ, ଭ୍ରମରବାଡ଼ି ସରପଞ୍ଚ, ଆକାଶ ପ୍ରଧାନ ଉପସ୍ଥିତିରେ ରେଫରି ରଞ୍ଜନ ପ୍ରଧାନଙ୍କ ତତ୍ତ୍ବାବଧାନରେ ଭଲିବଲ ଖେଳାଳି ଚୟନ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.