ମାନିବାକୁ ପଡ଼ିବ ମହିଳାଙ୍କ ବୁଦ୍ଧିକୁ, ନିଜ ଚୁଟିକୁ ସାଇତି ରଖି ତିଆରି କଲେ କୋଟ୍‌

ନିଜ ଚୁଟିରେ ନିଜ ପାଇଁ କୋଟ୍‌ ତିଆରି କଲେ ମହିଳା। ବିଶ୍ୱାସ ହେଉନଥିଲେ ମଧ୍ୟ ଏହା ସମ୍ପୂର୍ଣ୍ଣ ସତ। ରୋମାନିଆର ୬୫ ବର୍ଷୀୟା ଓର୍ତାସା ପାସକାରିୟୁ ନାମ୍ନୀ ମହିଳା ନିଜ ଚୁଟିରେ ଏକ କୋଟ୍‌ ତିଆରି କରିଛନ୍ତି। ଏଥିପାଇଁ ସେ ଦୀର୍ଘ ୨୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଚୁଟି ସଂଗ୍ରହ କରୁଥିଲେ। ମହିଳା ଜଣକ କହିଛନ୍ତି, ରୋମାନିଆ ସ୍ଥିତ ଷ୍ଟାଇସେନୀରେ ସେ ପରମ୍ପରା ମୁତାବକ ନିଜ ଚୁଟି ଜମା କରିବା ଆରମ୍ଭ କରିଥିଲେ।

ତାଙ୍କ ପରମ୍ପରା ଅନୁସାରେ, ଯଦି ମହିଳା ନିଜ ସୌନ୍ଦର୍ଯ୍ୟ ଓ ଭାଗ୍ୟକୁ ଚମକାଇବାକୁ ଚାହୁଁଛନ୍ତି ତେବେ ସେ କେବେ ବି ନିଜ ଚୁଟିକୁ ଫିଙ୍ଗିବା କଥା ନୁହେଁ। ଏଣୁ ମହିଳାଙ୍କୁ ଯେତେବେଳେ ୪୦ ବର୍ଷ ହୋଇଥିଲା ସେବେ ଠାରୁ ସେ ନିଜ ଚୁଟିକୁ ନ ଫିଙ୍ଗି ସାଇତି ରଖୁଥିଲେ। ଏବେ ତାଙ୍କୁ ୬୦ ବର୍ଷ।ଏଇ ୨୦ ବର୍ଷ ଭିତରେ ମହିଳା ପ୍ରାୟ ୧ କିଲୋଗ୍ରାମ୍‌ ଚୁଟି ସାଇତିଛନ୍ତି, ଯାହା ଏକ କୋଟ୍‌ ତିଆରି କରିବାକୁ ପର୍ଯ୍ୟାପ୍ତ ବୋଲି ମହିଳା କହିଛନ୍ତି।

women2
Image Credit: khaskhabar

ଓର୍ତାସା କହିଛନ୍ତି, ଏହା ଅନ୍ୟମାନଙ୍କୁ ଅଦ୍ଭୁତ ଲାଗୁଥିଲେ ବି ନିଜ କେଶରେ ପୋଷାକ ପିନ୍ଧିବାକୁ ଭଲ ଲାଗେ। ୫ ବର୍ଷ ଏହି କୋଟ୍‌କୁ ପିନ୍ଧିବା ପରେ ସେ ଏହାକୁ ସ୍ଥାନୀୟ ସଂଗ୍ରହାଳୟକୁ ଦାନ କରି ଦେଇଛନ୍ତି। ସେଠାରେ ଆଜି ବି ଏହି କୋଟ୍‌ ସଂରକ୍ଷିତ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.