Below header

ଗରିବଙ୍କୁ ଧନୀ କରିଥାଏ ଏହି ୫ଟି ସ୍ୱପ୍ନ, କ’ଣ ନିଦରେ ଆପଣ ବି ଦେଖିଛନ୍ତି କି ଏହି ସ୍ୱପ୍ନ?

ଶୋଇବା ସମୟରେ ସ୍ୱପ୍ନ ଦେଖିବା ସାଧାରଣ କଥା। ସ୍ୱପ୍ନ ଶାସ୍ତ୍ର ଅନୁସାରେ, ପ୍ରତ୍ୟେକ ସ୍ୱପ୍ନର ଏକ ମତଲବ ରହିଛି। ସ୍ୱପ୍ନ ଭବିଷ୍ୟତରେ ହେବାକୁ ଥିବା ଘଟଣାଗୁଡ଼ିକର ସଙ୍କେତ ଦେଇଥାଏ। କିଛି ସ୍ୱପ୍ନ ଖରାପ ହୋଇଥାଏ, ତ ଆଉ କିଛି ସ୍ୱପ୍ନ ଧନୀ ହେବା ଆଡ଼କୁ ଇଶାରା କରିଥାଏ। ଆଜି ଆମେ ଆପଣଙ୍କୁ ସ୍ୱପ୍ନରେ ଆସୁଥିବା ଏମିତି ହିଁ କିଛି ଜିନିଷ ବିଷୟରେ କହିବୁ।

୧. ବାସନ ଦେଖିବା: ସ୍ୱପ୍ନରେ ଖାଲି ବାସନ ଦେଖିବା ବହୁତ ଶୁଭ ହୋଇଥାଏ। ସ୍ୱପ୍ନ ଶାସ୍ତ୍ର ଅନୁସାରେ, ଏହା ଆଗାମୀ ଦିନରେ ଆପଣଙ୍କୁ ଧନଲାଭର ସଙ୍କେତ ଦେଇଥାଏ। ଏହି ସ୍ୱପ୍ନ ମୁତାବକ, ଆପଣ ଜଲ୍‌ଦି ଧନୀ ହୋଇପାରିବେ।

୨. ମୂଷା ଦେଖିବା: ଯଦି ଆପଣ ସ୍ୱପ୍ନରେ ମୂଷା ଦେଖୁଛନ୍ତି, ତା’ହେଲେ ହଠାତ୍‌ ଆପଣଙ୍କ ପାଖକୁ କେଉଁ ଆଡ଼ୁ ଧନ ଆସି ଯାଇପାରେ। କୁହାଯାଏ, ସ୍ୱପ୍ନରେ ମୂଷା ଦେଖିଲେ ଦାରିଦ୍ର୍ୟତା ଦୂର ହୋଇଥାଏ। ଏ ବିଷୟରେ ନିଶ୍ଚିତ ଭାବେ ଘରର ସବୁଠୁ ସାନ ପିଲାକୁ ଜଣାନ୍ତୁ।

୩. ଝାଡ଼ୁ ଦେଖିବା: ଝାଡ଼ୁକୁ ସୁଖ-ସମୃଦ୍ଧିର ପ୍ରତୀକ କୁହାଯାଏ। ଯଦି ଆପଣ ସ୍ୱପ୍ନରେ ଝାଡ଼ୁ ଦେଖୁଛନ୍ତି, ତା’ହେଲେ ବୁଝି ଯାଆନ୍ତୁ କି, ଜଲ୍‌ଦି ହିଁ ଆପଣଙ୍କୁ ଧନଲାଭର ଯୋଗ ବନିପାରେ ଏବଂ ଦାରିଦ୍ର୍ୟତା ଦୂର ହୋଇଯାଇଥାଏ। ଏହି ସ୍ୱପ୍ନ ବିଷୟରେ ନିଜ ମା’ ଓ ସ୍ତ୍ରୀଙ୍କୁ ନିଶ୍ଚୟ ଜଣାନ୍ତୁ।

୪. ଗୋବରରେ ଘଷି ବନାଇବା: ଯଦି ଆପଣ ସ୍ୱପ୍ନରେ ନିଜକୁ ଗାଈ ଗୋବରରେ ଘଷି ବନାଉଥିବାର ଦେଖନ୍ତି, ତ ଆପଣଙ୍କ ଭାଗ୍ୟ ଜଲ୍‌ଦି ଚମକିପାରେ। ସ୍ୱପ୍ନ ଶାସ୍ତ୍ର ଅନୁସାରେ, ଏମିତି ସ୍ୱପ୍ନ ଦେଖିଥିବା ବ୍ୟକ୍ତି ବହୁତ ଉନ୍ନତି କରିଥାଏ। କିନ୍ତୁ ଏହି ସ୍ୱପ୍ନ ବିଷୟରେ କାହାକୁ ବି ଜଣାଇବେ ନାହିଁ।

୫. ଇଲେକ୍ଟ୍ରୋନିକ୍ସ ଜିନିଷ ଭାଙ୍ଗିଯିବାର ଦେଖିଲେ: ସ୍ୱପ୍ନରେ କୌଣସି ଇଲେକ୍ଟ୍ରୋନିକ୍ସ ଜିନିଷ ଭାଙ୍ଗିଯିବାର ଦେଖିଲେ, ତାହା ଶୁଭ ହୋଇଥାଏ। ସ୍ୱପ୍ନ ଫଳ ଅନୁସାରେ, ସ୍ୱପ୍ନରେ ଇଲେକ୍ଟ୍ରୋନିକ୍ସ ଜିନିଷ ଦାରିଦ୍ର୍ୟତାର ସଙ୍କେତ ଦେଇଥାଏ। ତେଣୁ ଯେତେବେଳେ ଏହା ଭାଙ୍ଗିଯିବାର ଦେଖିବେ ତ ବ୍ୟକ୍ତିର ଜୀବନରୁ ବହୁତ ଜଲ୍‌ଦି ଦାରିଦ୍ର୍ୟ ଦୂର ହୋଇଯିବ ବୋଲି ଭାବିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.