Below header

ଚାଲେଞ୍ଜ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ଆଇନଜୀବୀ ସଂଘ ଟିମକୁ ହରାଇ ଚାମ୍ପିୟନ ହେଲା ମାର୍ଶାଘାଇ ପ୍ରେସ୍ କ୍ଲବ୍ ଟିମ୍

କେନ୍ଦ୍ରାପଡା ମାର୍ଶାଘାଇ ପଞ୍ଚାୟତ ସମିତି ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ଚାଲେଞ୍ଜ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ୨୦୨୩ ଫ୍ରେବୁଆରୀ ମାସ ୫ ତାରିଖରେ ଆରମ୍ଭ ହୋଇଥିଲା। ଏହି ଟୁର୍ଣ୍ଣାମେଣ୍ଟରେ ମାର୍ଶାଘାଇ ବ୍ଲକ ପ୍ରଶାସନ ଓ ତହସିଲ ପ୍ରଶାସନ କ୍ରିକେଟ ଟିମ, ଜିଲ୍ଲା ପୋଲିସ କ୍ରିକେଟ ଟିମ, ମାର୍ଶାଘାଇ ପଞ୍ଚାୟତ ସମିତି କ୍ରିକେଟ ଟିମ,ଜିଲ୍ଲା ଓକିଲ ସଂଘ କ୍ରିକେଟ ଟିମ ସହ ମର୍ଶାଘାଇ ପ୍ରେସ କ୍ଲବ କ୍ରିକେଟ ଟିମ ଭାଗ ନେଇଥିଲେ।

ମାର୍ଶାଘାଇ(କେନ୍ୟୁଜ୍): ବହୁ ପ୍ରତୀକ୍ଷିତ ଚାଲେଞ୍ଜ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଫାଇନାଲ ମ୍ୟାଚରେ ଜିଲ୍ଲା ଆଇନଜୀବୀ ସଂଘ କ୍ରିକେଟ ଟିମକୁ ହରାଇ ଚାମ୍ପିୟନ ହୋଇଛି ମାର୍ଶାଘାଇ ପ୍ରେସ କ୍ଲବ କ୍ରିକେଟ ଟିମ୍।

କେନ୍ଦ୍ରାପଡା ମାର୍ଶାଘାଇ ପଞ୍ଚାୟତ ସମିତି ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ଚାଲେଞ୍ଜ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ୨୦୨୩ ଫ୍ରେବୁଆରୀ ମାସ ୫ ତାରିଖରେ ଆରମ୍ଭ ହୋଇଥିଲା। ଏହି ଟୁର୍ଣ୍ଣାମେଣ୍ଟରେ ମାର୍ଶାଘାଇ ବ୍ଲକ ପ୍ରଶାସନ ଓ ତହସିଲ ପ୍ରଶାସନ କ୍ରିକେଟ ଟିମ, ଜିଲ୍ଲା ପୋଲିସ କ୍ରିକେଟ ଟିମ, ମାର୍ଶାଘାଇ ପଞ୍ଚାୟତ ସମିତି କ୍ରିକେଟ ଟିମ,ଜିଲ୍ଲା ଓକିଲ ସଂଘ କ୍ରିକେଟ ଟିମ ସହ ମର୍ଶାଘାଇ ପ୍ରେସ କ୍ଲବ କ୍ରିକେଟ ଟିମ ଭାଗ ନେଇଥିଲେ।

ସମସ୍ତ ଟିମକୁ ପରାସ୍ତ କରି ଜିଲ୍ଲା ଓକିଲ ସଂଘ କ୍ରିକେଟ ଟିମ୍ ଓ ମାର୍ଶାଘାଇ ପ୍ରେସ କ୍ଲବ କ୍ରିକେଟ ଟିମ ଫାଇନାଲକୁ ଯାଇଥିଲେ। ତେବେ ଏହି ଫାଇନାଲ ମ୍ୟାଚ ମାର୍ଶାଘାଇ କଲେଜ ପଡିଆରେ ବହୁ ଆଡମ୍ବର ସହକାରେ ଆନୁଷ୍ଠାନିକ ଭାବେ ବିଡ଼ିଓ ଓ ଚେୟାରମ୍ୟାନ ଫିତା କାଟିବା ପରେ ଅନୁଷ୍ଠିତ ହୋଇଥିଲା।

ପ୍ରଥମେ ଟସ୍ ଜିତି ଜିଲ୍ଲା ଓକିଲ ସଂଘ ଟିମ ବ୍ୟାଟିଂ ନିଷ୍ପତି ନେଇ ନିର୍ଦ୍ଧାରିତ ୧୦ ଓଭରରେ ୬୯ ରନ ସଂଗ୍ରହ କରିଥିଲା। ଜବାବରେ ମାର୍ଶାଘାଇ ପ୍ରେସ କ୍ଲବ ଟିମ୍ ପିଛା କରି ୬ ଓଭର ତିନୋଟି ବଲରେ ୭୦ ରନ ସଂଗ୍ରହ କରି ୬ ଉଇକେଟରେ ଜିତି ଚମ୍ପିୟାନ ଟ୍ରଫି ହାତେଇ ନେଇଥିଲା। ଛକା ମାରି ଉଇନର ସଟ ଖେଳି ପ୍ରେସ କ୍ଲବ କୁ ବିଜୟ ମୁକୁଟ ପିନ୍ଧାଇ ଥିଲେ କଳିଙ୍ଗ ଟିଭି ସାମ୍ବାଦିକ ସରୋଜ ପରିଡା। ଏହି ଖେଳ ଅଞ୍ଚଳରେ ଏକ ଭାଇଚାରା ସୃଷ୍ଟି କରିଥିଲା। ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଯୋଗଦେଇ ବିଜେତା ସାମ୍ବାଦିକ ଟିମ ଓ ରନରସପ ଟିମ ଓକିଲ ସଂଘ ଟିମକୁ ଟ୍ରଫି ପ୍ରଦାନ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.