ଆଇପିଏଲ ୨୦୨୧: ଋତୁରାଜ ଗାଏକୋଓ୍ଵାଡଙ୍କ କମାଲ୍, ପ୍ରଥମରୁ ମୁମ୍ବାଇକୁ ଧୂଳି ଚଟାଇଲା ଚେନ୍ନାଇ ସୁପରକିଙ୍ଗସ

ଆଇପିଏଲ ୨୦୨୧ର ଦ୍ଵିତୀୟ ପର୍ଯ୍ୟାୟ ମୁକାବିଲା ଗତକାଲି ଠାରୁ ଆରମ୍ଭ ହୋଇ ଯାଇଛି। ପ୍ରଥମ ମ୍ଯାଚକୁ ହାତେଇଛି ଚେନ୍ନାଇ ସୁପରକିଙ୍ଗ୍ସ। ଋତୁରାଜ ଗାଏକୋଓ୍ଵାଡଙ୍କ ଚମତ୍କାର ଅପରାଜିତ ଅର୍ଦ୍ଧଶତକ ବଳରେ ଚେନ୍ନାଇ ମୁମ୍ବାଇ ଇଣ୍ଡିଆନ୍ସକୁ ୨୦ ରନରେ ପରାସ୍ତ କରିଛି। ଏହି ବିଜୟ ସହ ଚେନ୍ନାଇ ୮ଟି ମ୍ୟାଚ୍‌ରୁ ୬ ବିଜୟ ଏବଂ ୧୨ ପଏଣ୍ଟ ସହ ତାଲିକାର ଶୀର୍ଷକୁ ଉଠିଛି।

ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲେ ବି ଋତୁରାଜଙ୍କ ୮୮ ରନର ଅପରାଜିତ ଇନିଂସ ବଳରେ ୬ ଓ୍ଵିକେଟ୍ ହରାଇ ୧୫୬ ରନ କରିଥିଲା। ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୧୩୬ ରନ କରିବାକୁ ସକ୍ଷମ ହୋଇଛି। ସୌରଭ ତିଓ୍ଵାରୀଙ୍କ ଅପରାଜିତ ୫୦ ରନ ମୁମ୍ବାଇକୁ ପରାଜୟରୁ ବଞ୍ଚାଇ ପାରିନାହିଁ। ଚେନ୍ନାଇ ପକ୍ଷରୁ ଡ୍ଵେନ ବ୍ରାଭୋ ସର୍ବାଧିକ ୩ ଓ୍ଵିକେଟ୍ ନେଇଛନ୍ତି। ୧୫୭ ରନର ବିଜୟ ଲକ୍ଷ୍ୟକୁ ପିଛା କରି ମୁମ୍ବାଇ ଇଣ୍ଡିଆନ୍ସ ମ୍ଯାଚକୁ ନିଜ କବଜାରେ କରିପାରିନଥିଲା। ଅଧିନାୟକ କିରଣ ପୋଲାର୍ଡ(୧୫) ଦଳକୁ ନିରାଶ କରିଥିଲେ। ସୌରଭ ତିଓ୍ଵାରୀ ୬୦ ରନ କରି ଅପରାଜିତ ଥିଲେ।

ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଚେନ୍ନାଇ ଏକ ସମ୍ମାନଜନକ ସ୍ଥିତିରେ ପହଞ୍ଚିପାରିଥିଲା। ଚେନ୍ନାଇ ପକ୍ଷରୁ ଋତୁରାଜ ଗାୟକ୍ବାଡ ଓପନିଂ ଆସି ୮୮ ରନ କରି ଅପରାଜିତ ଥିବା ବେଳେ, ଡୁ ପ୍ଲେସି ଏବଂ ମୋଇନ୍‌ ଅଲ୍ଲୀ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଛନ୍ତି । ସୁରେଶ ରାଇନା ୪, ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ୩, ରବୀନ୍ଦ୍ର ଜାଡେଜା ୨୬ ରନ କରି ଆଉଟ ହୋଇଥିଲେ । ଚେନ୍ନାଇ ପକ୍ଷରୁ ଡ୍ଵେନ ବ୍ରାଭୋ ୩ ଏବଂ ଦୀପକ ଚହର ୨ଟି ଓ୍ଵିକେଟ୍ ନେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.