ବିଦାୟ କ୍ରିସ୍ ଗେଲ୍ : ବିସ୍ଫୋରକ ଇନିଂସ୍ ଖେଳି କ୍ରିକେଟ୍ରୁ ଦୂରେଇ ଗଲେ ଛକା ମାଷ୍ଟର
ପୋର୍ଟ ଅଫ୍ ସ୍ପେନ୍ : ଏହି ମ୍ୟାଚ୍ ଖେଳି ୱେଷ୍ଟଇଣ୍ଡିଜର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲ୍ ଆନ୍ତର୍ଜାତିକ କ୍ରିକେଟ୍ରୁ ଅବସର ନେଇଛନ୍ତି । ତାଙ୍କୁ ଭାରତର ଯୁବ ବୋଲର ଖଲିଲ ଅହମଦ ଆଉଟ୍ କରିଥିଲେ । ସେ ମୋଟ୍ ୩୦୧ଟି ଦିନିକିଆ ମ୍ୟାଚ୍ ଖେଳି ଦେଶ ପକ୍ଷରୁ ସର୍ବାଧିକ ୧୦,୪୦୮ ରନ୍ ସ୍କୋର କରିଛନ୍ତି । ଏଥିରେ ରହିଛି ୨୫ଟି ଶତକ ଓ ୫୪ଟି ଅର୍ଦ୍ଧଶତକ । ଛକା ମାଷ୍ଟର ରୂପେ ପରିଚିତ ଗେଲ୍ ମୋଟ୍ ୩୩୧ଟି ଛକା ମାରିଛନ୍ତି ।
ଗେଲ୍ ୧୦୩ଟି ଟେଷ୍ଟ ମ୍ୟାଚ୍ ଖେଳି ୧୫ଟି ଶତକ ଓ୩୭ଟି ଅର୍ଦ୍ଧଶତକ ସହିତ ମୋଟ୍ ୭,୨୧୪ ରନ୍ ସଂଗ୍ରହ କରିଛନ୍ତି । ଟେଷ୍ଟ କ୍ରିକେଟ୍ରେ ତାଙ୍କର ସର୍ବାଧିକ ବ୍ୟକ୍ତିଗତ ସ୍କୋର ହେଉଛି ୩୩୩ ରନ୍ । ସେହିପରି ଟି-୨୦ରେ ୫୮ଟି ମ୍ୟାଚ୍ ଖେଳି ୨ଟି ଶତକ ଏବଂ ୧୩ଟି ଅର୍ଦ୍ଧଶତକ ସମେତ ମୋଟ୍ ୧୬୨୭ ରନ୍ କରିଛନ୍ତି । ସ୍ପିନ୍ ବୋଲିଂ କରୁଥିବା ଗେଲ୍ ଟେଷ୍ଟରେ ୭୩, ଦିନିକିଆରେ ୧୬୭ ଏବଂ ଟି-୨୦ରେ ୧୭ଟି ଓ୍ଵିକେଟ୍ ଦଖଲ କରିଛନ୍ତି ।