Below header

ରାଜ୍ୟ ଟାଇକୋଣ୍ଡା ଚାମ୍ପିୟନସିପ୍‌ରେ କଟକ ଚାମ୍ପିଅନ୍‌

କଟକ (କେନ୍ୟୁଜ୍‌) କଟକ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ୍‌ରେ ଉଦ୍‌ଯାପିତ ହୋଇଛି ୩୩ତମ ଓଡ଼ିଶା ଟାଇକୋଣ୍ଡା କ୍ୟୋରୁଗି ଚାମ୍ପିୟନସିପ୍‌ ଓ ଷଷ୍ଠ ତମ ଓଡ଼ିଶା ଷ୍ଟେଟ ଟାଇକୋଣ୍ଡା ପୁମାସେ ଚାମ୍ପିୟନସିପ୍‌। ଚାରି ଦିନ ଧରି ଚାଲିଥିବା ଏହି ପ୍ରତିଯୋଗିତାରେ ସାରା ରାଜ୍ୟରୁ ପ୍ରାୟ ୭୦୦ ପ୍ରତିଯୋଗୀ ଭାଗ ନେଇଥିଲେ । ଏଥିରେ କଟକ ମୋଟ୍‌ ୧୮୨ ପଏଣ୍ଟ ପାଇ ଦଳଗତ ଚାମ୍ପିଅନ୍‌ ହୋଇଛି । ୧୪୫ ପଏଣ୍ଟ ସହ ରନର୍ସଅପ୍‌ ହୋଇଛି ଭୁବନେଶ୍ୱର । ଗଞ୍ଜାମ ଜିଲ୍ଲା ଦଳ ତୃତୀୟ ସ୍ଥାନରେ ରହିଛି । କଳାହାଣ୍ଡିର ସ୍ୱୟଂଶିବ ସାହୁ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି । ଉଦ୍‌ଯାପନୀ ଉତ୍ସବରେ କଟକ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଜ୍ୟୋତିରେଖା ନାୟକ ମୁଖ୍ୟ ଅତିଥି ଏବଂ ଓସିଏଲ୍‌ ଡିଜିଏମ୍‌ ନୀଳାମ୍ବର ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.