କ୍ରିକେଟ ଖେଳି ସମସ୍ତଙ୍କ ହୃଦୟ ଜିତିନେଲା କୁକୁର, ‘ବେଷ୍ଟ ଫିଲ୍ଡର ଅଫ୍ ଦ ଇଅର’ : ସିମି ଗରେଓ୍ଵାଲ
ପ୍ରତିଦିନ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଭାଇରାଲ ଭିଡିଓ ଘୁରିବୁଲୁଛି। ଯାହାକୁ ନେଇ ଅନେକ ଚର୍ଚ୍ଚା। ଠିକ୍ ସେହିପରି ଆଉ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ କୁକୁର କ୍ରିକେଟ ଖେଳୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି।
An award for the Best Fielder of the Year!!👑🥜 pic.twitter.com/7PWBLBgnnV
— Simi Garewal (@Simi_Garewal) February 20, 2020
କଥାରେ ଅଛି କୁକୁରମାନେ ମଣିଷର ସବୁଠୁ ଭଲ ବନ୍ଧୁ। ସେମାନେ ମଣିଷଙ୍କ କଥା ବୁଝି ପାରନ୍ତି। ଭେଟେରାନ ଅଭିନେତ୍ରୀ ସିମି ଗାରଓ୍ବୋଲ ଟୁଇଟରରେ ଏକ ଭିଡିଓ ଶେୟାର କରିଛନ୍ତି। ୪୪ ସେକେଣ୍ଡର ଏହି ଭିଡିଓରେ ଜଣେ ବାଳିକାଙ୍କ ସହ କୁକୁର କ୍ରିକେଟ ଖେଳୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି। ଉକ୍ତ ବାଳିକା ବଲ ହିଟ୍ କରିବା ପରେ କୁକୁରଟି ବଲ ଅଞ୍ଚଳକୁ ଯାଇ ଫିଲ୍ଡିଂ କରୁଛି। ଏହାର କ୍ୟାପଶନରେ ଲେଖିଛନ୍ତି, ଚଳିତବର୍ଷ ଶ୍ରେଷ୍ଠ ଫିଲ୍ଡର। ଭିଡିଓକୁ ଏପର୍ଯ୍ୟନ୍ତ ୨୧.୨ ହଜାର ୟୁଜର୍ସ ପସନ୍ଦ କରିଛନ୍ତି। କୁକୁରକୁ ଦେଖି ଅନେକ ଲୋକ ବିଭିନ୍ନ ପ୍ରକାର କମେଣ୍ଟ ମଧ୍ୟ ଦେଉଛନ୍ତି। କିଏ କୁକୁରଙ୍କ ଧୋନୀଙ୍କ ପୋଷା କୁକୁର ବୋଲି କହୁଛି ତ ଖୁବଶୀଘ୍ର କୁକୁରମାନଙ୍କ ପାଇଁ ଆଇପିଏଲ ମ୍ୟାଚ ହେବ ବୋଲି କହୁଛି।