ରାଜଧାନୀରେ ନରହନ୍ତା ଦନ୍ତା, ବନ ବିଭାଗକୁ ଚକ୍ମା ଦେଇ ପିପିଲିରୁ ଆସି ପାତ୍ରପଡ଼ା ମେଡିସିନାଲ୍ ଗାର୍ଡେନ୍ରେ ହାତୀ
ଭୁବନେଶ୍ବର: ରାଜଧାନୀରେ ନରହନ୍ତା ଦନ୍ତା । ବନ ବିଭାଗକୁ ଚକ୍ମା ଦେଇ ପିପିଲିରୁ ଆସି ପାତ୍ରପଡ଼ା ମେଡିସିନାଲ୍ ଗାର୍ଡେନ୍ରେ ହାତୀ । ଦନ୍ତା ଆକ୍ରମଣରେ ସ୍ଥାନୀୟ ଅଞ୍ଚଳର ଜଣେ ମହିଳା ଆହତ ହୋଇଥିବା ସୂଚନା ମିଳିଛି । ବନ ବିଭାଗର ଅଧିକାରୀ ହାତୀକୁ ଖୋଜୁଛନ୍ତି । ମେଡିସିନାଲ୍ ଗାର୍ଡେନ୍ରେ ଏକ ହାତୀ ଦେଖିବାକୁ ମଳିଥିଲେ ମଧ୍ୟ ଏ ସେହି ନରହନ୍ତା ହାତୀ କି ନୁହଁ, ତାହା ସ୍ପଷ୍ଟ ହୋଇନାହିଁ ।
ଗତକାଲି ପୁରୀ ଜିଲ୍ଲାର ଡେଲାଙ୍ଗ, ବଳଙ୍ଗା ଓ ପିପିଲିରେ ଆତଙ୍କ ଖେଳାଇଥିଲା । ହାତୀ ଆକ୍ରମଣରେ ୪ ଜଣଙ୍କ ଜୀବନ ଯାଇଛି । ରାତିରେ ଘନ କୁହୁଡି ଯୋଗୁ ହାତୀର ସନ୍ଧାନ ପାଇନଥିଲେ ବନ ବିଭାଗ କର୍ମଚାରୀ । ତଥାପି ରାତି ସାରା ହାତୀକୁ ଖୋଜିଥିଲେ । ପାତ୍ରପଡ଼ା ଅଞ୍ଚଳରେ ପହଞ୍ଚଥିବା ଆଜି ସକାଳେ ଖବର ମିଳିଥିଲା । ସେପଟେ ହାତୀ ଆକ୍ରମଣ ଘଟଣା ପରେ ପିପିଲିର ୧୬ଟି ଓ୍ଵାର୍ଡକୁ ସିଲ୍ କରିଛି ବନ ବିଭାଗ । ଲୋକଙ୍କ ସୁରକ୍ଷା ପାଇଁ ବିଦ୍ୟୁତ ବିଭାଗ ବିଦ୍ୟୁତ କାଟ କରିଛି । ଲୋକଙ୍କୁ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି ।