ଆସିଗଲା ଟ୍ରାନ୍ସପରେଣ୍ଟ ଟିଭି, ଦୂରରୁ ଦେଖାଯାଉଛି କାଚ ଭଳି!

ବିଶ୍ୱରେ ଇଣ୍ଟେରିୟର୍‌ ଡିଜାଇନ୍‌ ଏବଂ କନ୍‌ଷ୍ଟ୍ରକ୍ସନ କ୍ଷେତ୍ରରେ ଅନେକ ପରିବର୍ତ୍ତନ ହେଉଛି। ଖାସ୍‌କରି ଏଥିରେ ଟେକ୍ନୋଲୋଜିର ବ୍ୟବହାର ପୂର୍ବାପେକ୍ଷା ଅଧିକ ମାତ୍ରାରେ କରାଯାଉଛି। ଏବେ ଏମିତି କିଛି ଗ୍ୟାଜେଟ୍‌ ମାର୍କେଟକୁ ଆସୁଛି, ଯାହା କେବଳ ଆରାମ ଅନୁଭବ କରାଉନି, ବରଂ ଘରର ଆକର୍ଷଣକୁ ବି ବଢ଼ାଉଛି। ଏଥିରେ ସାମିଲ ହୋଇଛି ଟ୍ରାନ୍ସପରେଣ୍ଟ ଟିଭି।

t1

ନ୍ୟୁ ଡିଜିଟାଲ ଟେକ୍ନୋଲୋଜି ଦ୍ୱାରା ତିଆରି ହୋଇଥିବା ଏହି ଟିଭି ଦୂରରୁ କାଚ ଭଳି ନଜର ଆସୁଛି। ଟ୍ରାନ୍ସପରେଣ୍ଟ ଟିଭିର କନ୍‌ସେପ୍ଟ ଧୀରେ ଧୀର ଖୁବ୍‌ ପପୁଲାର୍‌ ହେଉଛି। ଏଥିରେ ଫୁଲ୍‌ କନ୍‌ଟ୍ରାଷ୍ଟ ରେଞ୍ଜ୍‌ ମଧ୍ୟ ଦେଖାଯାଇପାରିବ, ଯାହାକି ପିକ୍ଚର କ୍ୱାଲିଟିକୁ ବଢ଼ାଇଥାଏ। ରିଚ୍‌ କଲର୍‌ ରିପ୍ରଡକ୍ସନ ସହ ଏହି କନ୍‌ସେପ୍ଟ ଆଗାମୀ ଦିନରେ ବହୁତ ଲୋକପ୍ରିୟ ହୋଇଯିବ।