ଉଚ୍ଚସ୍ତରୀୟ ସମିତିରେ ସ୍ଥାନ ପାଇଲେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ଯୁତ ସାମନ୍ତ

କେନ୍ୟୁଜ: ଚେସ୍ ଅଲିମ୍ପିଆଡରେ ଓଡିଶାର ଅବଦାନ କିଛି କମ୍ ନାହିଁ । ଅଲ୍ ଇଣ୍ଡିଆ ଚେସ୍ ଫେଡେରେସନ୍ ପକ୍ଷରୁ ୧୦ ଜଣିଆ ଉଚ୍ଚସ୍ତରୀୟ ସମିତି ଗଠନ କରାଯାଇଛି । ଏଥିରେ କିଟ୍ ଓ କିସ୍ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଅଚ୍ଯୁତ ସାମନ୍ତଙ୍କୁ ସଦସ୍ଯ ଭାବେ ନିଆଯାଇଛି। ଗତ ୧୫ ବର୍ଷ ଧରି ଚେସର ବିକାଶ କ୍ଷେତ୍ରରେ କିଟ୍ ଓ କିସର ଉଲ୍ଲେଖନୀୟ ଅବଦାନ ପାଇଁ ଶ୍ରୀ ସାମନ୍ତଙ୍କୁ ନିଆଯାଇଛି।

ଗତ ଶନିବାର ହୋଇଥିବା ମଶାଲ ଶୁଭାରମ୍ଭ କାର୍ଯ୍ଯକ୍ରମରେ ମଧ୍ଯ ଶ୍ରୀ ସାମନ୍ତ ସାମିଲ୍ ହୋଇଥିଲେ। ଓଡିଶାରୁ ଅନ୍ଯମାନଙ୍କ ଭିତରେ କ୍ରୀଡା ଓ ଯୁବ ବ୍ଯାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ନିଖିଳ ଓଡିଶା ଚେସ୍ ସଂଘ ଯୁଗ୍ମ ସମ୍ପାଦକ ତଥା ଚେସ୍ ଅଲିମ୍ପିଆଡ୍ ଏକ୍ସାପର ସମିତି ଅଧ୍ଯକ୍ଷ ରଞ୍ଜନ ମହାନ୍ତି ମଧ୍ଯ ଉପସ୍ଥିତ ଥିଲେ ।

ଏହାସହ ଓଡିଶା ଚେସ୍ ସଂଘର ସମସ୍ତ କର୍ମକର୍ତ୍ତା ମଧ୍ଯ ଉପସ୍ଥିତ ରହିଥିଲେ । ଡକ୍ଟର ସାମନ୍ତଙ୍କୁ ମିଶାଇଲେ ମୋଟ ୭ ଜଣ ଓଡିଆ ଚେସ୍ ଅଲିମ୍ପିଆଡରେ ପ୍ରତ୍ଯେକ୍ଷ ଭାବେ ସାମିଲ ହେବେ। ଖେଳାଳି ଭାବେ କେବଳ ପଦ୍ମିନୀ ରାଉତ ଅଂଶ ଗ୍ରହଣ କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.