Below header

କ୍ରୀଡ଼ା ପ୍ରତିଯୋଗିତାରେ କିଟ୍ ପକ୍ଷରୁ ପ୍ରତିନିଧିତ୍ୱ କରିବା ପାଇଁ ଇଟାଲି ଯିବେ ଦୂତୀ

ଇଟାଲି ଯିବେ ଦୂତୀ ଚାନ୍ଦ । ଇଟାଲିର ନାପୋଲିରେ ହେବାକୁ ଥିବା ବିଶ୍ୱବିଦ୍ୟାଳୟର କ୍ରୀଡ଼ା ପ୍ରତିଯୋଗିତାରେ କିଟ୍ ପକ୍ଷରୁ ପ୍ରତିନିଧିତ୍ୱ କରିବେ । ଏହି ପ୍ରତିଯୋଗିତା ଜୁଲାଇ ୧ ତାରିଖରୁ ଆରମ୍ଭ ହୋଇ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଏନେଇ ଦୂତୀ କହିଛନ୍ତି, ପୂର୍ବରୁ ଭାରତକୁ ପ୍ରତିନିଧିତ୍ୱ କରିଛି । ଏବେ ଇଟାଲିରେ ୧୦୦ ମିଟର, ୨୦୦ ମିଟର ଏବଂ ରିଲେ ରେସ୍ରେ ଅଂଶଗ୍ରହଣ କରିବି । ଇିଟାଲି ଯିବା କ୍ଷେତ୍ରରେ କିଟ୍ ଏବଂ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ପ୍ରୋତ୍ସାହନ ପାଇଁ ମୁଁ ବହୁତ ଖୁସି ବୋଲି କହିଛନ୍ତି ଦୂତୀ । ଇଟାଲିରୁ ମେଡାଲ ଆଣିବା ନେଇ ଆଶାବାଦୀ ଥିବା ସେ କହିଛନ୍ତି । ଦୂତୀଙ୍କ ସହ କିଟ୍ର କ୍ରୀଡ଼ା ନିର୍ଦ୍ଦେଶକ ଡ. ଗଗନେନ୍ଦୁ ଦାସ ଇଟାଲି ଯିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.