ପୋଲିସ ବନାଇଲେ ସପନା ଚୌଧୁରୀଙ୍କ ଡ୍ୟାନ୍ସ ଭିଡିଓ, ଜାଣନ୍ତୁ କାରଣ

ହରିୟାଣୀ ଡ୍ୟାନସର ସପନା ଚୌଧୁରୀ ରିୟଲିଟୀ ଟିଭି ଷ୍ଟାର ଏବଂ ବଲିଉଡ୍ ଅଭିନେତ୍ରୀ ହେବା ପରେ ମଧ୍ୟ ଡ୍ୟାନ୍ସ ଶୋ’ରେ ଆଜି ବି ନଜର ଆସୁଛନ୍ତି। ସାଲୱାର ସୁଟରେ ଡ୍ୟାନ୍ସ କରୁଥିବା ସପନାଙ୍କ ଦେଶୀ ଷ୍ଟାଇଲ ଲୋକଙ୍କୁ ବହୁତ ପସନ୍ଦ ଆସୁଛି। ସପନାଙ୍କ ଡ୍ୟାନ୍ସରେ କିଛି ଏମିତି ଖାସ ଅଛି ଯେ ସମସ୍ତଙ୍କୁ ମତୁଆଲା କରିଦେଇଥାଏ।

ପ୍ରାୟ ସମୟରେ ସପନାଙ୍କର ଅନେକ ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଥାଏ। ନିକଟରେ ତାଙ୍କର ଏମିତି ଏକ ଡ୍ୟାନ୍ସ ଭିଡିଓ ସାମ୍ନାକୁ ଆସୁଛି ଯେଉଁଥିରେ ପୋଲିସବାଲା ଷ୍ଟେଜ୍ ଉପରେ ଛିଡା ହୋଇ ସପନାଙ୍କର ଧମାକାଦାର ଡ୍ୟାନ୍ସ ଭିଡିଓକୁ ରେକଡିଂ କରୁଥିବାର ଦେଖିବାକୁ ମିଳିଛି।

ଏହି ଭିଡିଓରେ ସପନା ହରିୟାଣୀ ଗୀତରେ ଡ୍ୟାନ୍ସ କରୁଥିବା ନଜର ଆସୁଛନ୍ତି। ସେହିଭଳି ସପନାଙ୍କ ପଛରେ ଛିଡା ହୋଇଥିବା ପୋଲିସକର୍ମୀ ଅଡିୟନ୍ସ ଭଳି ଡ୍ୟାନ୍ସକୁ ଉପଭୋଗ କରୁଛନ୍ତି। ସମସ୍ତେ ଡ୍ୟାନ୍ସକୁ ଏଞ୍ଜୟ କରି ଭିଡିଓ ବନାଉଥିବାର ଦେଖିବାକୁ ମିଳିଥିଲା। ସପନାଙ୍କର ଡ୍ୟାନ୍ସ ଲୋକଙ୍କୁ ଏତେ ପସନ୍ଦ ଆସିଲା ଯେ ଷ୍ଟେଜରେ ଚଢ଼ି ସପନାଙ୍କ ସହିତ ଡ୍ୟାନ୍ସ କରିଥିଲେ।

କେବଳ ହରିୟାଣର ନୁହେଁ ସପନା ଚୌଧୁରୀ ୟୁପିରୁ ନେଇ ବିହାର ପର୍ଯ୍ୟନ୍ତ ଚର୍ଚ୍ଚାରେ ଅଛନ୍ତି। ସବୁଠି ତାଙ୍କ ଡ୍ୟାନ୍ସ ହିଟ୍ ପ୍ରମାଣିତ ହୋଇଥାଏ। ସପନା ଏହି ଡ୍ୟାନ୍ସ ଜରୀଆରେ ନିଜର ପରିଚୟ ସ୍ରୁଷ୍ଟି କରିପାରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.