Below header

କୁଲ୍ଲୁରେ ମର୍ମନ୍ତୁଦ ଦୁର୍ଘଟଣା : ୫୦୦ଫୁଟ ତଳକୁ ଖସିଲା ଯାତ୍ରୀବାହୀ ବସ୍, ୨୫ଜଣଙ୍କର ମୃତ୍ୟୁ

କୁଲ୍ଲୁ : ହିମାଚଳପ୍ରଦେଶ କୁଲ୍ଲୁର ବଞ୍ଜାର ଅଞ୍ଚଳରେ ଆଜି ଅପରାହ୍ଣରେ ଏକ ଘରୋଇ ଯାତ୍ରୀବାହୀ ବସ୍ ଘାଟିରୁ ୫୦୦ ଫୁଟ ଗଭୀରକୁ ଖସିପଡ଼ିଛି। ଦୁର୍ଘଟଣାରେ ୨୫ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୩୫ ଜଣ ଯାତ୍ରୀ ଆହତ ହୋଇଛନ୍ତି।
ସୂଚନା ଅନୁସାରେ, ଦୁର୍ଘଟଣାବେଳେ ବସରେ ୫୦ ଜଣ ଯାତ୍ରୀ ଉପସ୍ଥିତ ରହିଥିଲେ।

ବର୍ତ୍ତମାନ ସୁଧା ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଯାତ୍ରୀବାହୀ ବସଟି ବଞ୍ଜାରରୁ ଗଡ଼ଗୁଶାନି ଅଭିମୁଖେ ଯାଉଥିଲାବେଳେ ଭାରସାମ୍ୟ ହରାଇ ଖାଇକୁ ଖସିପଡିଛି। ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତଙ୍କ ଅବସ୍ଥା ଗୁରୁତର ଥିବାରୁ ଆଗକୁ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.