Below header

୨୦୦ ମିଟରରେ ଦୂତିଙ୍କୁ ସ୍ୱର୍ଣ୍ଣ , ଏସିଆନ୍‌ ଆଥଲେଟିକ୍‌ସ ଚାମ୍ପିଅନସିପ୍‌ ପାଇଁ ହାସଲ କଲେ ଯୋଗ୍ୟତା

ନୂଆଦିଲ୍ଲୀ(କେନ୍ୟୁଜ୍) : ୨୦୦ ମିଟର ଦୌଡରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ଓଡ଼ିଆ ଅଲମ୍ପିଅନ ଦୂତି ଚାନ୍ଦ । ନୂଆଦିଲ୍ଲୀରେ ଚାଲିଥିବା ଇଣ୍ଡିଆନ ଗ୍ରାଁ ପ୍ରି-୨ରେ ଦୂତିଙ୍କୁ ଏହି ସଫଳତା ମିଳିଛି । ସେ ନିର୍ଦ୍ଧାରିତ ଦୂରତାକୁ ୨୩.୩୦ସେକେଣ୍ଡରେ ଶେଷ କରିଛନ୍ତି । ଏହାସହ ଦୂତି ଦୋହାରେ ଆୟୋଜିତ ହେବାକୁ ଥିବା ଏସିଆନ୍‌ ଆଥଲେଟିକ୍‌ସ ଚାମ୍ପିଅନସିପ୍‌ ପାଇଁ ଯୋଗ୍ୟତା ହାସଲ କରିଛନ୍ତି । ପୂର୍ବରୁ ପଟିଆଲାରେ ଅନୁଷ୍ଠିତ ଇଣ୍ଡିଆନ୍‌ ଗ୍ରାଁ ପ୍ରି-୧ ଆଥଲେଟିକ୍‌ସର ୧୦୦ ମିଟର ଦୌଡରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ଦୂତି ଚାନ୍ଦ । ହେଲେ ଏସିଆନ ଆଥଲେଟିକ୍‌ସ ପାଇଁ ଯୋଗ୍ୟତା ହାସଲ କରିପାରିନଥିଲେ । କିନ୍ତୁ ୨୦୦ ମିଟରରେ ସଫଳ ହୋଇପାରିଛନ୍ତି ଦୂତି । ଆଗକୁ ଦୋହାରେ ଏସିଆନ ଆଥଲେଟିକ୍‌ସ ଚାମ୍ପିଅନସିପ, ସିନିୟର ଫେଡେରେସନ ଚାମ୍ପିଅନସିପ ଓ ବିଶ୍ୱ ଆଥଲେଟିକ୍‌ସ ଚାମ୍ପିଅନସିପ ଭଳି ପ୍ରତିଯୋଗିତା ରହିଛି । ଏସବୁ ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପ୍ରୟାସ କରିବେ ବୋଲି ଦୂତି କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.