ମଟର ଛୁଇଁ ଖାଇବା ଦ୍ବାରା ମିଳିଥାଏ ଅନେକ ଫାଇଦା , ହାଡଶକ୍ତ ହେବା ସହ କମିଥାଏ ଓଜନ

ବଜାରରେ ବିଭିନ୍ନ ପ୍ରକାରର ସବୁଜ ପନିପରିବା ମିଳିଥାଏ । ଏଥି ମଧ୍ୟରୁ ପ୍ରାୟତଃ ସମସ୍ତଙ୍କୁ ମଟର ଛୁଇଁ ବିଶେଷ ଭାବେ ଭଲ ଲାଗିଥାଏ । ମୁଖ୍ୟତଃ ଏହି ପରିବାରର ଚାହିଦା ଶୀତଦିନେ ବେଶି ଦେଖିବାକୁ ମିଳିଥାଏ । ଏହି ମଟରରେ ବହୁ ପ୍ରକାରର ସ୍ବାସ୍ଥ୍ୟ ଉପକାରୀ ପୋଷକ ରହିଥାଏ ।

greenଆସନ୍ତୁ ଜାଣିବା ମଟର ଖାଇବା ଦ୍ବାରା କଣ ସବୁ ଫାଇଦା ମିଳିଥାଏ :

ଓଜନ ହ୍ରାସ :

ଓଜନ କମ୍ କରିବା ପାଇଁ ମଟର ଖାଇବା ଫାଇଦାପୂର୍ଣ୍ଣ ଅଟେ । ଏଥିରେ ଭରପୂର ମାତ୍ରାରେ ଫାଇବର ରହିଥାଏ । ଏହା ସହିତ ଏଥିରେ କ୍ୟାଲୋରୀ ଏବଂ କମ୍ ଫ୍ୟାଟ୍ ରହିଥାଏ । ଯାହା ଶରୀରର ଓଜନକୁ କମ୍ କରିବାରେ ସହାୟକ ହୋଇଥାଏ । ଯଦି ଆପଣ ଏହାକୁ ନିଜର ଖାଦ୍ୟରେ ଗ୍ରହଣ କରୁଛନ୍ତି ତେବେ ଆପଣଙ୍କୁ ଏଥିରେ ଥିବା ଫାଇବର ଦିନ ଯାକ ଏନର୍ଜି ଦେବ ।

green pea vegiହାଡ ଶକ୍ତ ହେବ :

ମଟରରେ ଭିଟାମିନ୍ ଭରପୁର ମାତ୍ରାରେ ରହିଛି । ଯାହା ଆପଣଙ୍କ ଶରୀରର ହାଡକୁ ମଜବୁତ୍ କରିବାରେ ସହାୟକ ହୋଇଥାଏ । ମଟର ଆପଣଙ୍କ ହାଡକୁ ଓଷ୍ଟେଓପୋରୋସିସ୍ ପରି ଭୟଙ୍କର ରୋଗରୁ ଦୂରେଇ ରଖିଥାଏ । ସବୁଜ ମଟର ଖାଇବା ହାଡକୁ ସୁରକ୍ଷା ପାଇଁ ନିହାତୀ ଜରୁରୀ ।

Green4କୋଲଷ୍ଟ୍ରୋଲ୍ ନିୟନ୍ତ୍ରଣ କରିଥାଏ :

ସବୁଜ ମଟର ସେବନ ଆପଣଙ୍କ ଶରୀରର କୋଲଷ୍ଟ୍ରୋଲ୍ କୁ ନିୟନ୍ତ୍ରଣ ରଖିଥାଏ । ଏଥିରୁ ମିଳୁଥିବା ପ୍ରୋଟିନ୍ ଆମ ଶରୀରର କୋଲଷ୍ଟ୍ରୋଲକୁ ବଢାଇବାରେ ସାହାର‌୍ୟ୍ୟ କରିଥାଏ । ଏହାର ସେବନ ଦ୍ବାରା ବହୁ ଗମ୍ଭୀର ରୋଗରୁ ମୁକ୍ତି ଦେଇଥାଏ ।

peasହାର୍ଟ ରୋଗରୁ ରକ୍ଷା କରିଥାଏ :

ମଟରରେ ଏମିତି ଗୁଣ ରହିଥାଏ ଯାହା ହାର୍ଟ ସମ୍ବନ୍ଧୀୟ ରୋଗରୁ ରକ୍ଷା କରିଥାଏ । ଏଥିରେ ଲୌହ,ଜିଙ୍କ୍,କପର ର ମାତ୍ରା ବହୂ ପରିମାଣରେ ରହିଥାଏ । ଏହାଛଡା ସବୁଜ ମଟରରେ ଆଣ୍ଟିଅକ୍ସିଡେଣ୍ଟ ଗୁଣ ମଧ୍ୟ ରହିଥାଏ । ଏହା ଶରୀରର ରୋଗ ପ୍ରତିରୋଧକ କ୍ଷମତାକୁ ବଢାଥାଏ । ଏବଂ ଶରୀରକୁ ବିଭିନ୍ନ ରୋଗରୁ ଲଢିବା ପାଇଁ ଶକ୍ତି ଦେଇଥାଏ ।

Leave A Reply

Your email address will not be published.